www.samajalive.in
Sunday, December 7, 2025
26.1 C
Bhubaneswar

ପାଣି ଘେରରେ କଟକିଆପଡ଼ା; ଘର ଭିତରେ ପାଣି ପଶି ଭୁଶୁଡ଼ିଲା କାନ୍ଥ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସିର ୱାର୍ଡ ନଂ ୪ ଇଣ୍ଡୋର ଷ୍ଟାଡିୟମ୍ ସମ୍ମୁଖରେ ଥିବା କଟକିଆପଡ଼ାରେ ଆଣ୍ଠୁଏ ପାଣି ଜମି ରହିଛି। ଘରମାନଙ୍କରେ ପାଣି ପ୍ରବେଶ କରି ଲୋକଙ୍କ ଜୀବନ ଶୈଳୀକୁ ପ୍ରଭାବିତ କରିଛି। ମାଟି ଘରଗୁଡ଼ିକର କାନ୍ଥ ଭୁଶୁଡ଼ି ପଡ଼ିଲାଣି। ପଡ଼ାରେ ରହୁଥିବା ଟଙ୍କ ମଲ୍ଲିକଙ୍କ ଘରର କାନ୍ଥ ଭାଙ୍ଗିବା ସହ କୃଷ୍ଣ ମଲ୍ଲିକ ଓ ସୁଷମା ମଲ୍ଲିକଙ୍କ ଘରେ ପାଣି ପଶି ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି। ପରିବାର ଲୋକେ ଅନ୍ୟତ୍ର ଆସି ରହୁଛନ୍ତି। ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି ପଡ଼ାବାସୀଙ୍କର। ଆଉ ଦିନେ ଅଧେ ବର୍ଷା ଲାଗି ରହିଲେ ପଡ଼ାର ସମସ୍ତ ଘର ପାଣିରେ ବୁଡ଼ିଯିବାର ସମ୍ଭାବନା ରହିଛି। ଜଳ ନିଷ୍କାସନ ହୋଇ ପାରୁନାହିଁ। ଏନେଇ ଏନଏସି କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି ପଡ଼ାବାସୀ। ପଡ଼ାର ପଛପଟେ ଥିବା ଖାଲ ସ୍ଥାନରେ ଜମିଥିବା ପାଣି ଯୋଗୁଁ ଏହି ପଡ଼ାକୁ ଜଳ ପ୍ରବେଶ କରୁଛି। ଏହା ସହିତ ବିଷଧର ଜୀବ ଜନ୍ତୁଙ୍କର ମଧ୍ୟ ଭୟ ରହୁଛି। ସନ୍ତସନ୍ତିଆ ହୋଇ ମଶା ମାଛିଙ୍କ ପ୍ରାଦୁର୍ଭାବ ମଧ୍ୟ ବଢୁଛି। ଏହି ପଡ଼ାବାସୀଙ୍କ ସ୍ବାସ୍ଥ୍ୟ ତଥା ଦୁର୍ବିସହ ଅବସ୍ଥାକୁ ଦୃଷ୍ଟିରେ ରଖି ଏନଏସି ପକ୍ଷରୁ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ ବୋଲି ପଡ଼ାବାସୀ ଦାବୀ କରିଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories