www.samajalive.in
Monday, December 15, 2025
16.1 C
Bhubaneswar

ଶ୍ରୀରାଧାଙ୍କ ପାଦ ଦର୍ଶନ ଆଜି ; ପାଦସ୍ପର୍ଶ ଉପରେ କଟକଣା

ସାକ୍ଷିଗୋପାଳ/ସୁଆଣ୍ଡୋ  : ପବିତ୍ର ଅଁଳା ନବମୀ ଅବସରରେ ଶନିବାର ପୁରୀ ଜିଲା ସାକ୍ଷିଗୋପାଳସ୍ଥିତ ସାକ୍ଷିଗୋପୀନାଥ ଦେବଙ୍କ ମନ୍ଦିରରେ ଶ୍ରୀରାଧା ପାଦ ଦର୍ଶନ ଲାଗି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏଥିଲାଗି ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବର୍ଷସାରା ମା’ ଶ୍ରୀରାଧା ଦେବୀଙ୍କ ପଦ ଯୁଗଳ ଲୁଗାରେ ଘୋଡ଼ାଇ ହୋଇ ରହିଥିବାବେଳେ ମହାକାର୍ତ୍ତିକର ପବିତ୍ର ଅଁଳା ନବମୀ ତିଥିରେ ଭକ୍ତମାନେ ମା’ ଙ୍କ ପାଦ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ଶ୍ରୀରାଧା ବିଭିନ୍ନ ରତ୍ନାଦି ଅଳଙ୍କାରରେ ଭୂଷିତ ହୋଇ ଓଡ଼ିଆଣୀ ବେଶରେ ଅଗଣିିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଏହି ଦର୍ଶନରେ ଭକ୍ତ ଅଶେଷ ପୁଣ୍ୟର ଅଧିକାରୀ ହୋଇଥାଆନ୍ତି ବୋଲି ସାଧାରଣାରେ ବିଶ୍ୱାସ ରହିଛି। ଶ୍ରଦ୍ଧାଳୁମାନେ ଯେପରି ଶ୍ରୀଜୀଉଙ୍କୁ ଭଲ ଭାବରେ ଦର୍ଶନ କରିପାରିବେ ସେଥିଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତବର୍ଷ ଶ୍ରଦ୍ଧାଳୁମାନେ ଶ୍ରୀରାଧା ଦେବୀଙ୍କ ପାଦସ୍ପର୍ଶର୍ କରିପାରିବେ ନାହିଁ ବୋଲି ଦେବୋତ୍ତର କମିସନର କଟକଣା ଜାରୀ କରିଛନ୍ତି। ଭକ୍ତମାନେ ରତ୍ନସିଂହାସନଠାରୁ ୩ଫୁଟ ଦୂରରେ ରହି ଶ୍ରୀଜୀଉଙ୍କ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ରତ୍ନ ସିଂହାସନ ନିକଟରେ ଏକ ଅସ୍ଥାୟୀ ବାରିକେଡ଼ ନିର୍ମର୍ଣ କରାଯାଇଛି। ଭକ୍ତମାନେ ମନ୍ଦିରର ସିଂହଦ୍ୱାର ବାଟେ ଭିତରକୁ ପ୍ରବେଶ କରି ପଶ୍ଚିମ ଓ ଉତ୍ତର ଦ୍ୱାର ରାସ୍ତାଦେଇ ପ୍ରସ୍ଥାନ ଲାଗି ବ୍ୟବସ୍ଥା ହୋଇଛି। ଏଥିଲାଗି ମନ୍ଦିର ସମ୍ମୁଖରେ ଛାମୁଣ୍ଡିଆ ବନ୍ଧାଯିବା ସହିତ ନିରବଚ୍ଛିନ୍ନ ବିଦ୍ୟୁତ୍‍, ପାନୀୟଜଳ, ଦମକଳ, ଆମ୍ବୁଲାନ୍ସ ଆଦି ସେବା ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଇଛି। ଭକ୍ତଙ୍କ ଗମନାଗମନ ନିମନ୍ତେ ସ୍ୱତନ୍ତ୍ର ଯାନବାହନ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହିତ ଏସ୍‍ପି ଡା. ସାର୍ଥକ କୁମାର ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭିଡ଼ିଓଗ୍ରାଫି, ବୋମା ନିଶ୍ଚେତକ ଦଳ, ସନ୍ଧାନୀ କୁକୁରଙ୍କ ସମେତ ୧୭ପ୍ଲାଟୁନ୍‍ ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଛି। ସେହିପରି ପଞ୍ଚସଖା ପଡ଼ିଆର ମୁକ୍ତାକାଶ ମଣ୍ଡପରେ ସଂସ୍କୃତି ବିଭାଗ ପକ୍ଷରୁ ତିନିଦିନ ବ୍ୟାପୀ ସାଂସ୍କୃତିକ ସମାରୋହ ଓ ଜିଲା ପ୍ରଶାସନ ପକ୍ଷରୁ ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି।
ଅଁଳା ନବମୀ ଲାଗି ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ଦେବନୀତି ପ୍ରସ୍ତୁତ କରାଯାଇଛି। ସୂଚନା ଅନୁଯାୟୀ ଆଜି ରାତି ଗୋଟାଏ ବେଳେ ମନ୍ଦିରର ଦ୍ୱାର ଫିଟାଯାଇ ସକାଳ ସାଢ଼େ ୫ଟା ସୁଦ୍ଧା ମଙ୍ଗଳ ଆରତୀ, ମର୍ଦ୍ଦନ, ଅବକାଶ, ନଟବର ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳଧୂପ, ବାଳଧୂପ ଓ ମଦନମୋହନ ଦେବଙ୍କ ଭୋଗ ଶେଷ ହେବ। ଏହାପରେ ଭୋର୍‍ ସାଢ଼େ ୫ଟାରୁ ସାଢ଼େ ୬ଟା ମଧ୍ୟରେ ମନ୍ଦିର ସେବାୟତ ଓ କର୍ମଚାରୀଙ୍କ ପରିବାର ବର୍ଗ ଦର୍ଶନ କରିବେ। ସକାଳ ୬ରୁ ରାତି ୧୨ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନରେ ସର୍ବସାଧାରଣ ଭକ୍ତମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ। ତେବେ ପାଳିଆ ପରିବର୍ତ୍ତନ ଲାଗି ଅପରାହ୍ଣ ୪ଟା ୪୫ ମିନିଟ୍‍ରୁ ମାତ୍ର ୧୫ମିନିଟ ଦର୍ଶନ ବ୍ୟବସ୍ଥା ବନ୍ଦ ରହବ।

ସେବାୟତଙ୍କ ଆନ୍ଦୋଳନ; ଦେବନୀତି ବାଧାପ୍ରାପ୍ତ

ସାକ୍ଷିଗୋପାଳ ମନ୍ଦିର ସେବାୟତ ସଂଘ ୬ ଦଫା ଦାବି ନେଇ ଆଜି ଆନ୍ଦୋଳନ ଆରମ୍ଭ କରିଛି। ବଲ୍ଲଭ ପରଠାରୁ ଦେବନୀତି ବନ୍ଦ ରହିଛି। ପାଞ୍ଚଦଫା ଦାବି ନେଇ ସେବାୟତମାନେ ଧାରଣାରେ ବସିଛନ୍ତି। ଭିଆଇପି ପାସ୍‍ ବ୍ୟବସ୍ଥା ବନ୍ଦ କରାଯିବା, ସଂଘକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ, ମନ୍ଦିର ପରିସରରେ ଭୋଗ ଦୋକାନ ଖୋଲାଯିବା, ଚାରିଦ୍ୱାରରେ ସିସି କ୍ୟାମେରା ଲଗାଇବା ଓ ଦର୍ଶନ ସମୟରେ ସେବାୟତ ପରିବାରକୁ ସୁରକ୍ଷା ଆଦି ଦାବି ନେଇ ସଂଘ ଆନ୍ଦୋଳନକୁ ଓହ୍ଲାଇଛି ବୋଲି ସେବାୟତ ସଂଘର ସଭାପତି ଲିଙ୍ଗରାଜ ମହାପାତ୍ର ଓ ସମ୍ପାଦକ ଦିବାକର ମହାପାତ୍ର ସୂଚନା ଦେଇଛନ୍ତି।
ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଚାଲୁରହିଛି। ଜିଲା ପ୍ରଶାସନର ଅଧିକାରୀମାନେ ଅସନ୍ତୁଷ୍ଟ ସେବକଙ୍କ ସହିତ ଆଲୋଚନା କରିବା ପରେ ସାମୟିକ ଭାବେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଖବର ମିଳିଛି। ଏବେ ମନ୍ଦିରରେ ଦେବନୀତି ଯଥାରୀତି ଭାବେ ଚାଲିଛି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories