www.samajalive.in
Monday, December 15, 2025
16.1 C
Bhubaneswar

ପ୍ରତିଶ୍ରୁତି ରହିଲା ଅପୂରଣୀୟ, ନିଜ ଗାଲକୁ ଚପଲ ମାରିଲେ କାଉଁସିଲର

ଆନ୍ନାକାପାଲି(ଆନ୍ଧ୍ରପ୍ରଦେଶ): ଭୋଟର୍‌ଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବା ଜଣେ କାଉଁସିଲର ନିଜ ଗାଲକୁ ଚପଲରେ ମାରିବା ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି। ଆନ୍ଧ୍ରପ୍ରଦେଶର ଆନ୍ନାକାପାଲି ଜିଲା ଅନ୍ତର୍ଗତ ନର୍ସିପଟନମ୍‌ ମ୍ୟୁନିସିପାଲିଟିର ୨୦ ନମ୍ବର ୱାର୍ଡ କାଉଁସିଲର ଭାବେ ନିର୍ବାଚିତ ହୋଇଥିଲେ ମୁଲାପାର୍ଥି ରାମରାଜୁ। ତେବେ ତାଙ୍କ ୱାର୍ଡରେ କୌଣସି କାମ ହେଉନଥିବାରୁ ସୋମବାର ଆୟୋଜିତ କାଉଁସିଲ୍‌ ବୈଠକରେ ନିଜ ଗାଲକୁ ଚପଲରେ ମାଡ଼ ମାରିଥିଲେ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାମରାଜୁ କହିଥିଲେ ସେ ଗତ ୩୧ମାସ ଧରି କାଉଁସିଲର ଭାବେ ଦାୟିତ୍ବ ନିର୍ବାହ କରି ଆସୁଛନ୍ତି। ତେବେ ନିଜ ୱାର୍ଡରେ ଲୋକଙ୍କୁ ପାନୀୟ ଜଳ, ଭଲ ରାସ୍ତା ଆଦି ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି। ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାକୁ ସେ ବହୁ ଉଦ୍ୟମ କରିଥିଲେ ମଧ୍ୟ କେତେକ ଅଧିକାରୀ ତାଙ୍କୁ କାମ କରାଇ ଦେଉ ନାହାନ୍ତି। ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିପାରୁନଥିବାରୁ ନିଜ ଗାଲକୁ ଚପଲରେ ପିଟିଛନ୍ତି। ଜଣେ ଅଟୋ ଚାଳକ ଭାବେ ଜୀବିକା ନିର୍ବାହ କରୁଥିବା ରାମରାଜୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ତେବେ ଟିଡିପି ତରଫରୁ ତାଙ୍କୁ ସମର୍ଥନ ମିଳିବାରୁ ସେ ନିର୍ବାଚନରେ ବିଜୟୀ ହୋଇଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories