www.samajalive.in
Sunday, December 14, 2025
19.1 C
Bhubaneswar

ଯୁବକଙ୍କ କ୍ଷତାକ୍ତ ଶବ ଉଦ୍ଧାର

ଗୋପାଳପୁର: ଗୋଳନ୍ଥରା ଥାନା ଅଧିନସ୍ଥ ଗୋବିନ୍ଦନଗର ଛକ ଇଣ୍ଡିଆନ ଓଏଲ ପେଟ୍ରୋଲ ପମ୍ପ ତଥା ୧୬ ନଂ ଜାତୀୟ ରାଜପଥ କଡ଼ରୁ ଜଣେ ଯୁବଙ୍କ ମୃତଦେହକୁ ଗୋଳନ୍ଥରା ପୁଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ ଶ୍ରୀକାକୁଲମ ଜିଲା ଇଚ୍ଛାପୁର ଥାନା ଅଧିନସ୍ଥ ରତକନ୍ନ ଏମ ତିରୁପତି (୩୫) ବୋଲି ପୁଲିସ ସୂଚନା ଦେଇଛି। ସୂଚନା ଅନୁସାରେ ଇଚ୍ଛାପୁରା ଥାନା ଅନ୍ତର୍ଗତ ରତକାନ୍ନର ଏମ.ତିରୁପତି କନିସିରେ ଥିବା ସମ୍ପର୍କୀୟ ଘରକୁ ଯାଉଥିବା ବେଳେ ଜାତୀୟ ରାଜପଥ ଗୋବିନ୍ଦନଗର ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତାରେ ସୋମବାର ରାତିରେ କୌଣସି ଏକ ଅଜଣା ଗାଡି ତିରୁପତିଙ୍କୁ ଧକ୍କା ଦେଇ ଚାଲି ଯାଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ତିରୁପତି ରାସ୍ତା ପାର୍ଶ୍ୱରେରେ ପଡି ମୃତ୍ୟୁ ବରଣ କରିଛନ୍ତି। ମଙ୍ଗଳବାର ସକାଳେ ଖବର ପାଇ ଆଇପିଏସ ପ୍ରବେଶନ ଅଙ୍କିତ କୁମାର ବର୍ମା ଓ ଇନ୍ସପେକ୍ଟର ବିବେକାନନ୍ଦ ମହନ୍ତ ଏସଆଇ ଜ୍ଞାନ ରଞ୍ଜନ ସାହୁ ଓ ଅନ୍ୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories