ତିଗିରିଆ : ବର୍ଷା ଦିନ ଯୋଗୁଁ ବିଷଧର ସାପଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି । ଅନେକ ସାପ କାମୁଡାରେ ମୃତ୍ୟୁ ବରଣ କରୁଛନ୍ତି । ଗତ କେଇଦିନ ହେଲା ବିଭିନ୍ନ ବିଦ୍ୟାଳୟରୁ ମଧ୍ୟ ବିଷଧର ସାପ ଉଦ୍ଧାର ହୋଇଚାଲିଛି। ସୋମବାର ବାଙ୍କୀ ଉତ୍ତର କୁଲାଟ ଅନ୍ତର୍ଗତ ବନ୍ଦାଳ ପଣସପାଟଣା ପ୍ରାଥମିକ ବିଦ୍ୟାଳୟ ବାରଣ୍ଡା ସ୍କାଏ ଲାଇଟ୍ ମଧ୍ୟରୁ ଏକ ୭ ଫୁଟ ଲମ୍ବର ନାଗ ସାପକୁ ସାପ ଧରାଳୀ ସଦାଶିବ ଜେନା ଉଦ୍ଧାର କରିବା ସହ ନିକଟସ୍ଥ ଜଙ୍ଗଲରେ ଛାଡିଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଆଘାତ କରିବା ପୂର୍ବରୁ ସାପଟି ଉଦ୍ଧାର ହୋଇପାରିଛି। ସ୍କାଏଲାଇଟରେ ଚେମେଡି ଚଡେଇ ବସା କରିଥିବାରୁ ସେମାନଙ୍କୁ ଶିକାର କରିବା ପାଇଁ ସାପଟି ଯାଇଥିବା ଅନୁମାନ କରାଯାଇଛି। ବିଭିନ୍ନ କାରଣରୁ ସାପ ବିଦ୍ୟାଳୟକୁ ପ୍ରବେଶ କରୁଥିବାରୁ ବିଦ୍ୟାଳୟ ଚତୁପାର୍ଶ୍ଵରୁ ଅନାବନା ବୃକ୍ଷଲତାକୁ କାଟି ବିଦ୍ୟାଳୟ କାନ୍ଥ ଠାରୁ ଦୂରେଇ ରଖିବା ଏଵଂ ବିଦ୍ୟାଳୟ ଖୋଲିବା ପୂର୍ବରୁ ପ୍ରତିଟି ଶ୍ରେଣୀ ଗୃହ ତନଖି କରିବା ଆଦି ଦିଗରେ ଶିକ୍ଷକ ଓ କର୍ମଚାରୀ ଦୃଷ୍ଟି ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷ ଆବଶ୍ୟକୀୟ ସଚେତନତା ଜାରି କରିବା ପାଇଁ ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।
Comments are closed.