www.samajalive.in
Monday, December 15, 2025
16.1 C
Bhubaneswar

୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ଗିରଫ 

ଆଠଗଡ : ଆଠଗଡ ଉପଖଣ୍ଡ ଅଞ୍ଚଳରେ ଚୋରା ଦେଶୀମଦ, ଗଞ୍ଜେଇ ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟର ଚୋରା ଚାଲାଣକୁ ରୋକିବା ପାଇଁ ଅବକାରୀ ଆୟୁକ୍ତ ନରସିଂହ ଭୋଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ବାଗଧରିଆ ମହାନଦୀ ପୋଲ ଦେଇ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ଜିଲ୍ଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ ସେଠାରେ ପାଟ୍ରୋଲିଂ କରି ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବାକୁ ଆଠଗଡ ଅବକାରୀ ଉପଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପଅଧିକ୍ଷକ ପ୍ରମୋଦ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଅବକାରୀ ଦଳ ଶନିବାର ବାଗଧରିଆ ପୋଲର ଅନତି ଦୂରରେ ପାଇକବାରବାଟୀ ଛକଠାରେ ଜଗି ରହିଥିବାବେଳେ ସନ୍ଦେହଜନକ ଭାବେ ଆସୁଥିବା ମହିନ୍ଦ୍ରା ସ୍କର୍ପିଓ ଗାଡିଟି ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ସେଥିରେ ପ୍ରାୟ ୧୦୦କେଜି ଗଞ୍ଜେଇ ଏକାଧିକ ପ୍ୟାକେଟରେ ତିଗିରିଆ ଆଡକୁ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ । ଗଞ୍ଜେଇ ସହିତ ସ୍କର୍ପିଓ ଗାଡି ଜବତ କରାଯିବା ସହ ୨ଜଣ ଚାଲାଣକାରୀଙ୍କୁ ଗିରଫ କରାଯାଇଥିଲା । ଗିରଫ ହୋଇଥିବା ୨ଜଣ ଅଭିଯୁକ୍ତ ହେଲେ ତିଗିରିଆ ଥାନା ନୂଆପାଟଣା ଅଞ୍ଚଳର କୃପାସିନ୍ଧୁ ବେହେରାଙ୍କ ପୁଅ ମୋହନ ବେହେରା (୩୯) ଏବଂ ଗଜପତି ଜିଲ୍ଲାର ଅଡବା ଥାନା ଅନ୍ତର୍ଗତ ଉତ୍ତମପୁର ଗ୍ରାମର ବୃନ୍ଦାବନ ବିରୋଙ୍କ ପୁଅ ସିନୁ ବିରୋ(୨୦) ବୋଲି ଅବକାରୀ ବିଭାଗ ସୁତ୍ରରୁ ଜଣାପଡିଛି । ଉଭୟଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଆଠଗଡ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ, ଉପନିରୀକ୍ଷକ ସୌମ୍ୟରଞ୍ଜନ ମାଝି, ନରସିଂହପୁର ଅବକାରୀ ଉପନିରୀକ୍ଷକ ଅରୁଣ ଭୋଇଙ୍କ ସମେତ ବହୁ ଅବକାରୀ ଅଧିକାରୀ ଓ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories