www.samajalive.in
Friday, December 5, 2025
20.1 C
Bhubaneswar

ସାତକୋଶିଆରେ ପହଞ୍ଚିଲେ ଏନଟିସିଏ ଏବଂ ଡବ୍ଲ୍ୟୁଆଇଆଇ ଟିମ୍

ଅନୁଗୁଳ: ମହାବଳ ବାଘ ମହାବୀରର ମୃତଦେହ ପଞ୍ଚନାମା ଓ ବ୍ୟବଚ୍ଛେଦ ପରେ ବନ ବିଭାଗ ପକ୍ଷରୁ ପୋଡି ଦିଆଯାଇଛି । ମହାବୀରର ରହସ୍ୟଜନକ ମୃତ୍ୟୁ କାରଣ ଖୋଜି ବାହାର କରିବା ପାଇଁ ଶୁକ୍ରବାର ଜାତୀୟ ବାଘ ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ଏବଂ ଡେରାଡୁନସ୍ଥିତ ଜାତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ଡବ୍ଲ୍ୟୁଆଇଆଇ ର ଟିମ ସାତକୋଶିଆରେ ପହଞ୍ଚି ଓଡ଼ିଶା ବନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ, ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ଦୁଇଟି ବାଘ ସାତକୋଶିଆ ଅଣାଯାଇଥିଲା। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବାଘ ସ୍ଥାନାନ୍ତର କରିବା ଥିଲା ଦେଶର ପ୍ରଥମ ଘଟଣା । ସେଥିମଧ୍ୟରୁ ଗୋଟିଏ ହେଉଛି ୩ ବର୍ଷର ଅଣ୍ଡିରା ମହାବୀର ଏବଂ ଅନ୍ୟଟି ୨୭ ମାସର ବାଘୁଣୀ ସୁନ୍ଦରୀ । ମାତ୍ର ୪ ମାସ ପରେ ସାତକୋଶିଆ ଅଭୟାରଣ୍ୟ ମହାବୀରର ମୃତ୍ୟୁ ଘଟିଥିବା ବେଳେ ବାଘୁଣୀ ସୁନ୍ଦରୀ ଅବସ୍ଥା ଏବେ ଅସୁସ୍ଥ ରହିଥିବା ଜଣାପଡିଛି । ସେହିପରି ଗତ କିଛି ଦିନ ତଳେ ଡେବ୍ରିଗଡରେ ଏକ ମହାବଳ ବାଘର ମୃତଦେହ ଠାବ ହୋଇଥିଲା। ଏହି ଘଟଣାଗୁଡିକ ଓଡିଶା ଅଭୟ୍ୟାରଣ୍ୟରେ ଜୀବଜନ୍ତୁ କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories