www.samajalive.in
Saturday, December 13, 2025
27.1 C
Bhubaneswar

୧୯ ବର୍ଷ ପରେ ସିଙ୍ଗାପୁରରେ ମହିଳାଙ୍କୁ ଫାଶୀ

କୁଆଲାଲମ୍‌ପୁର: ଦୀର୍ଘ ୧୯ ବର୍ଷ ପରେ ସିଙ୍ଗାପୁରରେ ଜଣେ ମହିଳାଙ୍କୁ ଫାଶୀ ଦିଆଯାଇଛି। ଏହା ବିରୋଧରେ ସାମାଜିକ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଆସନ୍ତା ସପ୍ତାହରେ ସରକାର ଆଉ ଜଣଙ୍କୁ ଫାଶୀ ଦେବା ଯୋଜନା ଚଳାଇଛନ୍ତି। ସୂଚନାନୁଯାୟୀ, ୨୦୧୮ରେ ମାତ୍ର ୩୧ଗ୍ରାମ ହେରୋଇନ୍‌ ଚାଲାଣ କରୁଥିବା ବେଳେ ଧରାପଡ଼ିଥିବା ୪୫ବର୍ଷୀୟା ସାରିଦେବୀ ଜମାନୀଙ୍କୁ ଶୁକ୍ରବାର ଫାଶୀ ଦିଆଯାଇଛି। ଏତିକି ହେରୋଇନ୍‌ ୩୭୦ ଜଣଙ୍କୁ ନିଶାଗ୍ରସ୍ତ କରିବାର ଆଶଙ୍କା ଥିବାରୁ ବିଚାରପତି ସାରିଦେବୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ନିଶାଦ୍ରବ୍ୟ କାରବାର ବିରୋଧରେ ସରକାର କଠୋର ଦଣ୍ଡ ବ୍ୟବସ୍ଥା କରିଥିବାରୁ ସମାନ ଅପରାଧରେ ଆସନ୍ତା ସପ୍ତାହରେ ଆଉ ଜଣେ ମହିଳାଙ୍କୁ ଫାଶୀ ଦିଆଯିବାର ସମସ୍ତ ବନ୍ଦୋବସ୍ତ ହୋଇଛି। ନିକଟରେ ଜଣେ ଭାରତୀୟ ଯୁବକଙ୍କୁ ଏହି ଅପରାଧରେ ଫାଶୀ ଦିଆଯାଇଥିଲା। ସାମାଜିକ କର୍ମୀମାନେ ମାଦକ ଦ୍ରବ୍ୟ କାରବାର ପାଇଁ ଫାଶୀ ଦଣ୍ଡ ନ ଦେବାକୁ ଦାବି କରୁଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories