www.samajalive.in
Monday, December 8, 2025
24.1 C
Bhubaneswar

ଶରୀର ପାଇଁ ଉପକାରୀ ଗାଜର

ପିଲା ବେଳୁ ଆପଣ ଶୁଣିଥିବେ ଯେ, ଠେକୁଆ ଗାଜର ଖାଉଥିବାରୁ ଚଷମା ପିନ୍ଧେ ନାହିଁ। ଗାଜର ଖାଇବା ଦ୍ବାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ। ଏହାସହ କର୍କଟ ପରି ରୋଗରୁ ରକ୍ଷା କରିଥାଏ। ଗାଜରରେ ପୋଷକ ତତ୍ତ୍ବ ଥିବାରୁ ତାହା ଶରୀର ପାଇଁ ଉପକାରୀ ଅଟେ। ଆସନ୍ତୁ ଜାଣିବା ଗାଜର ଖାଇବା ଦ୍ବାରା ଶରୀରର କି ଉପକାର ହୋଇଥାଏ ..

ଶରୀର ସୁସ୍ଥ ରହିଥାଏ :

- Advertisement -

ଗାଜରରେ ଭିଟାମିନ-ଏ ରହିଛି। ଏହାସହ ଆଣ୍ଟି-ଅକ୍ସିଡାଣ୍ଟ ମଧ୍ୟ ରହିଛି। ଗାଜର ଖାଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ। ଏହାଦ୍ବାରା ରୋଗ ବାରମ୍ବାର ମଧ୍ୟ ହୋଇ ନଥାଏ। ଗାଜର ଖାଇବା ଦ୍ବାରା କର୍କଟ, ଲ୍ୟୁକୋମିୟା ପରି ରୋଗରୁ ଶୀଘ୍ର ମୁକ୍ତି ମିଳିଥାଏ।ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ :

ଗାଜରରେ ବିଟା-କ୍ୟାରୋଟିନ ଓ ଅନ୍ୟ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ। ଗାଜର ଖାଇବା ଦ୍ବାରା ସୂର୍ଯ୍ୟଙ୍କ କିରଣରୁ ମିଳୁଥିବା ହାନିକାରକ ପ୍ରଭାବ ମୁହଁ ଉପରେ ପଡିପାରେ ନାହିଁ। ଏହାସହ ମୁହଁର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇଥାଏ।

ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ :

ଗାଜରରେ ଭିଟାମିନ-ଏ ରହିଛି। ଏହା ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଗାଜରରେ ଥିବା ଲ୍ୟୁଟିନ ଓ ଲାଇକୋପିନ ଦୃଷ୍ଟିଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ।ଓଜନ ନିୟନ୍ତ୍ରିତ କରିଥାଏ :

ଗାଜରରେ ଫାଇବର ପର୍ଯ୍ୟାପ୍ତ ପରିମାଣରେ ଥାଏ। ଏହାକୁ ବାରମ୍ବାର ଖାଇବା ଦ୍ବାରା ଭୋକ ଲାଗିନଥାଏ। ତେଣୁ ଏହା ଓଜନ କମ କରିବାରେ ସାହାଯ୍ୟ କରିଥାଏ। ଗାଜେର ଖାଇବା ସମସ୍ତଙ୍କ ପାଇଁ ଲାଭଦାୟକ ଅଟେ।

ହୃଦୟ ସୁସ୍ଥ ରଖିଥାଏ :

ଗାଜର ହୃଦୟକୁ ସୁସ୍ଥ ରଖିଥାଏ। ଏହାର ସେବନ ଦ୍ବାରା ଶରୀରରେ ଥିବା ହାନିକାରକ କୋଲେଷ୍ଟ୍ରୋଲକୁ ବାହାର କରିଥାଏ। ଯାହାଦ୍ବାରା ହୃଦୟ ସମ୍ବନ୍ଧୀୟ ରୋଗରୁ ରକ୍ଷା ମିଳିଥାଏ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories