www.samajalive.in
Saturday, December 13, 2025
23.1 C
Bhubaneswar

ଗୋଛାପଡା ଅଂଚଳରେ ମାଓ ବ୍ୟାନର,ଶହୀଦ ସପ୍ତାହ ପାଳନ ପାଇଁ ଆହ୍ବାନ

ଫୁଲବାଣୀ : ଶୁକ୍ରବାର ଠାରୁ ଶହୀଦ ସପ୍ତାହ ପାଳନ ପାଇଁ ଡାକରା ଦେଇଛନ୍ତି ମାଓବାଦୀ । ଏହାକୁ ନେଇ ପୁଲିସ ପ୍ରଶାସନ ସଜାଗ ରହିଥିବା ବେଳେ ଗୁରୁବାର ଫିରିଙ୍ଗିଆ ବ୍ଳକ ଗୋଛାପଡା ଥାନା ଅଂଚଳରେ ମାଓବାଦୀ ମାନେ ବ୍ୟାନର ଲଗାଇ ନିଜର ଉପସ୍ଥିତି ଜାହିର କରିଛନ୍ତି।  ଗୋଛାପଡା ଥାନାର ମାଓ ଅଧ୍ୟୁଷିତ ଅଞ୍ଚଳ କୁହାଯାଉଥିବା ଗୋଛାପଡା ପଂଚାୟତର ଡେରାକୁମ୍ପା ଗାଁ ନିକଟରେ ଥିବା ଏକ ଡ୍ରାଗନ ଫ୍ରୁଟ ବଗିଚା ନିକଟରେ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ସେହିଭଳି  କୋଏରମାଣ୍ଡୁ, ପାହିରାଜୁ, ଓ ବାଲନ୍ଦାପଡା ଅଂଚଳର ବିଭିନ୍ନ ଜାଗାରେ ମଧ୍ୟ ମାଓ ବ୍ୟାନର ଲାଗିଥିବା ଖବର ମିଳିଛି । ବ୍ୟାନରରେ ଜୁଲାଇ ୨୮ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବା ପାଇଁ ଆହ୍ବାନ ଦେଇଛି ଲାଲବାହିନୀ । ସିପିଆଇ ମାଓବାଦୀ  ସଂଗଠନ ତରଫରୁ ଏହି ବ୍ୟାନର ଲଗା ଯାଇଥିବା ଉଲ୍ଲେଖ ରହିଛି। ଏହି ମାଓ ବ୍ୟାନର ଦେଖିବା ପରେ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ପୂର୍ବରୁ ଏହି ଅଞ୍ଚଳରେ ମାଓବାଦୀ ଓ ସୁରକ୍ଷା ବାହିନୀ ଅନେକ ଥର ମୁହାଁମୁହିଁ ହୋଇଥିବା ବେଳେ କିଛି ଦିନ ତଳେ ଜଣେ ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀ ମାନେ ଗୁଳିକରି ଥିଲେ ।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories