www.samajalive.in
Saturday, December 13, 2025
27.1 C
Bhubaneswar

କ୍ୟାଡ଼ର ଏପିପି ରଶ୍ମିପ୍ରଭା ମହାପାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା

 ତିଗିରିଆ :  ତିଗିରିଆ ବିଚାର ବିଭାଗୀୟ ଅଦାଲତରେ କ୍ୟାଡ଼ର ଏପିପି ରଶ୍ମିପ୍ରଭା ମହାପାତ୍ରଙ୍କୁ ଇସ୍ପାତ ଓ ଖଣି ବିଭାଗର ସହକାରୀ ନିର୍ଦେଶକ, ଆଇନ୍ ଭାବରେ ନୂତନ ନିଯୁକ୍ତି ମିଳିଛି । ଏଣୁ ସେ ଦୀର୍ଘ ୫ ବର୍ଷ ଧରି ତିଗିରିଆରେ କାର୍ଯ୍ୟ କରି ଆସିଥିବା କ୍ୟାଡ଼ର ଏପିପି ପଦ ତ୍ୟାଗ କରିଛନ୍ତି। ଏହି ଅବସରରେ ତିଗିରିଆ ଓକିଲ ସଂଘ ପକ୍ଷରୁ ଶ୍ରୀମତୀ ମହାପାତ୍ରଙ୍କୁ  ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।  ସଂଘର ସଭାପତି ମଙ୍ଗଳକୃଷ୍ଣ ଦାସଙ୍କ ପୌରୋହିତ୍ୟରେ ସଂଘ ସଭା ଗୃହରେ ଗୁରୁବାର ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଶ୍ରୀମତୀ ମହାପାତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ତାଙ୍କର ଉଜ୍ଜ୍ବଳମୟ ଭବିଷ୍ୟତ ପାଇଁ ପ୍ରଭୁ ପ୍ରସନ୍ନମଣିଙ୍କୁ ପାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ  ପଟ୍ଟନାୟକ, ବିକ୍ରମ କେଶରୀ ଦାଶ, ଶ୍ରୀକାନ୍ତ ସାହୁ, ଶରତ ଚନ୍ଦ୍ର ମହାପାତ୍ର, ରଘୁନାଥ ଦାଶ, ରଞ୍ଜନ ମହାରଣା, ଶାନ୍ତନୁ ଦାସ, ତନ୍ମୟ ମିଶ୍ର, ପଠାଣି ଚରଣ ବେହେରା, ସରୋଜ ସାହୁ, ରମେଶ ମାଝୀ, ଅର୍ଚନା ସିଂ ସାମନ୍ତ, ଇଭା ପଣ୍ଡା, ରାଜଲକ୍ଷ୍ମୀ ସୁଜାତା ସିଂ, ଚନ୍ଦ୍ରମଣି ପଣ୍ଡା, ପରି ସ୍ମିତା ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories