www.samajalive.in
Monday, December 15, 2025
27.1 C
Bhubaneswar

ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଜିଲା ଚକାପାଦ ବ୍ଳକ ଅନ୍ତର୍ଗତ ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲା ପ୍ରଶାସନ ପକ୍ଷରୁ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫୁଲବାଣୀ ଉପଜିଲାପାଳ ଶେଷଦେବ ମିଶ୍ର , ସହକାରୀ ଜିଲାପାଳ ବିବେକାନନ୍ଦ ସାମଲ, କାର୍ଯ୍ୟାଳୟ ସହାୟକ ଜିତେନ୍ଦ୍ର ମାର୍ଥା ପ୍ରମୁଖ ଯୋଗଦେଇ ୱେର୍ବ ପୋର୍ଟାଲ, ସ୍ମାର୍ଟ ଫୋନ୍‌‌ ଓ ବୁଥ ସ୍ତରୀୟ ଅଧିକାରୀଙ୍କ ଜରିମଆରେ ଭୋଟର ତାଲିକାରେ ପଞ୍ଜିକରଣ, ସଂଶୋଧନ ଓ ସ୍ଥାନାନ୍ତରଣ ସହିତ ନୂତନ ଭୋଟରଙ୍କ ଗୁରୁତ୍ୱ ଓ ଦାୟିତ୍ୱ ଉପରେ ଆଲୋଚନା କରାଯାଇଥିଲା। ବିଦ୍ୟାଳୟ ସ୍ତରୀୟ ଭୋଟର କ୍ଲବ ଗଠନ ପାଇଁ ୪ ଜଣ ଛାତ୍ରୀଙ୍କୁ ଚୟନ କରାଯାଇଥିବା ବେଳେ ସେମାନେ ହେଲେ ଆଶାୟୀ ଦିଗାଲ, ସୁନିତା ବାଙ୍କ, ସୁଲଭା ପ୍ରଧାନ ଓ ପ୍ରୟିଙ୍କା ବେହେରା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପକ ଶବରାମ ବେହେରା, ରାମକୃଷ୍ଣ ମହାନ୍ତି ପ୍ରମୁଖ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏମ୍‌‌. ବାଳକୃଷ୍ଣ ଦୋରା, ବୈକୁଣ୍ଠନାଥ ସ୍ୱାଇଁ, ଗୀତାଞ୍ଜଳୀ ସାହୁ, ରିନାରାଣୀ ପ୍ରଧାନ ଓ ଅନ୍ୟମାନେ ସହଯୋଗ କରିଥିଲେ।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories