www.samajalive.in
Sunday, December 14, 2025
19.1 C
Bhubaneswar

ସୀମାନ୍ତ ଆଦିବାସୀ ଗ୍ରାମରେ ଜଳ କଷ୍ଟ, ପଡ଼ୋଶୀ ଗ୍ରାମରୁ ଆଣୁଛନ୍ତି ପାଣି

ପାତ୍ରପୁର: ଦୁର୍ଗମ ପାହାଡ଼ ଉପରେ ଘର କରି ରହିଥିବା ଗୋଟିଏ ଆଦିବାସୀ ଗ୍ରାମର ଲୋକେ ବର୍ଷ ତମାମ ଜଳକଷ୍ଟକୁ ଦେଖି ପାହାଡ଼ ପାଦଦେଶ ନଦୀ ପାର୍ଶ୍ବକୁ ଆସି ଘର କରିଥିଲେ। ଗ୍ରାମରେ ପାନୀୟ ଜଳ ସୁବିଧା ପାଇଁ ନଳକୂଅ, ପାହାଡ଼ ଝରଣାରୁ ପାଇପ ବିଛାଇ ପାଣି ଯୋଗଇଦେବାକୁ ଉଦ୍ୟମ ପରେ ଏବେ ସୋଲାର ମୋଟର ସ୍ଥାପନ କରି ଜଳ ଯୋଗାଣ ଉଦ୍ୟମ ଆରମ୍ଭ ହୋଇଛି। ତେବେ ଏବେ ସବୁ ଯୋଜନା ଫେଲ ମାରିଥିବା ବେଳେ ଲୋକମାନେ ପଡ଼ୋଶୀ ଗ୍ରାମକୁ ଯାଇ ପାଣି ସଂଗ୍ରହ କରୁଛନ୍ତି। ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ବେଳେ ପର୍ବତ ପାଣି ପାଇପ ଯୋଗେ ଆସିବା ବନ୍ଦ ରହିବା ସହିତ ନଳକୂଅ ପାଣି ଶୁଖିଯିବା ପରେ ଲୋକମାନେ ମହେନ୍ଦ୍ର ତନୟା ନଦୀରେ ଚୂଆ ଖୋଲି ଝର ପାଣି ବ୍ୟବହାର କରୁଥିଲେ। ଏବେ ବର୍ଷାରେ ଜଳଭଣ୍ଡାରକୁ ପାଣି ଆସିବା ପରେ ଚୁଆ ଖୋଳି ଥିବା ସ୍ଥାନ ଜଳମଗ୍ନ ହେବା ଫଳରେ ନିକଟ ଗ୍ରାମରୁ ଗ୍ରାମବାସୀ ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି।

ଏହିଭଳି ପରିସ୍ଥିତି ପାତ୍ରପୁର ବ୍ଳକ ଆନ୍ଧ୍ର ପ୍ରଦେଶ ସୀମାନ୍ତ ବୁରାତାଲ ପଞ୍ଚାୟତ ଡାବୁଥଳି ଆଦିବାସୀ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ଲୋକମାନେ ରାତି ପାହିଲେ ନିକଟ ଗୁଡ଼ିପଦର୍ ଗ୍ରାମକୁ ଯାଇ ପାନୀୟ ଜଳ ସଂଗ୍ରହ କରୁଛନ୍ତି। ଗ୍ରାମରେ ତିନୋଟି ନଳ କୁଅ ଥିବା ବେଳେ ଗୋଟିକରୁ ପାଣି ବାହାରୁ ନଥିବା ବେଳେ ଅନ୍ୟ ଦୁଇଟି ନଳକୂଅରୁ ଅଳ୍ପ ପାଣି ବାହାରି ବନ୍ଦ ହେଉଛି। ଏ ନେଇ ସମାଜ ରେ ଖବର ପ୍ରକାଶିତ ହେବା ପରେ ଆସନ୍ତା ସପ୍ତାହରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ବିଭାଗୀୟ ଯନ୍ତ୍ରୀ କହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories