www.samajalive.in
Saturday, December 6, 2025
15.1 C
Bhubaneswar

ମହିଳାଙ୍କ ବେକରୁ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ

ରେଙ୍ଗାଲି : ସମ୍ବଲପୁର ଜିଲା ରେଙ୍ଗାଲି ପୁରୁଣା ପୋଷ୍ଟ ଅଫିସ ପାର୍ଶ୍ବ ଦେଇ ଭୀମନଗରକୁ ଯାଇଥିବା ରାସ୍ତାରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟି ନେଇ ଲୁଟେରା ଫେରାର୍ ହୋଇ ଯାଇଛି। ସୂଚନାଯୋଗ୍ୟ ସଙ୍ଗୀତାରାଣୀ ମିଶ୍ର ନାମକ ମହିଳା ତାଙ୍କ ପୁଅ ଓ ଝିଅଙ୍କୁ ଟିଉସନ୍‌ରୁ ନେଇ ଘରକୁ ଫେରୁଥିଲେ। ରାତି ପ୍ରାୟ ସାଢେ ୮ଟା ସମୟରେ ରେଙ୍ଗାଲି ପୋଷ୍ଟ ଅଫିସ ପଛ ପାଖ ନିଛାଟିଆ ଅନ୍ଧାରୁଆ ରାସ୍ତାରେ ଜଣେ ଯୁବକ ତାଙ୍କ ବେକରୁ ସୁନା ଚେନ ଲୁଟି ଫେରାର ହୋଇଯାଇଥିଲା। ଯୁବକ ଜଣକ ଉକ୍ତ ସ୍ଥାନରେ ପୂର୍ବରୁ ଉକ୍ତ ଅନ୍ଧାରୁଆ ସ୍ଥାନରେ ଛକି ରହି ମୋବାଇଲ୍ ଫୋନ୍ ଦେଖୁଥିଲା ବୋଲି କୁହାଯାଉଛି। ଏସଂକ୍ରାନ୍ତରେ ରେଙ୍ଗାଲି ଥାନାରେ ସୂଚନା ଦେଲା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରି ଲୁଟେରାକୁ ଧରିବା ପାଇଁ ତନାଘନା ଜାରି ରଖିଥିବା ରେଙ୍ଗାଲି ଆଇଆଇସି ଆନ୍ନା ମିଞ୍ଜ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories