www.samajalive.in
Saturday, December 13, 2025
27.1 C
Bhubaneswar

ନ୍ୟାସନାଲ ହେରାଲ୍ଡ ଅଟ୍ଟାଳିକା ଲିଜ ମାମଲା: ନଭେମ୍ବର ୨୨କୁ ଘୁଞ୍ଚିଲା ଶୁଶାଣି

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ଖବରକାଗଜ ଅଟ୍ଟାଳିକା ଲିଜ୍‍ ସମ୍ବନ୍ଧୀୟ ଏକ ଆବେଦନର ଶୁଣାଣିକୁ ଦିଲ୍ଲୀ ହାଇକୋର୍ଟ ଗୁରୁବାର ସ୍ଥଗିତ ରଖିଛନ୍ତି। ଲିଜ ଦିଆଯାଇଥିବା ଅଟ୍ଟାଳିକାଟିକୁ ଖାଲି କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅକ୍ଟୋବର ୩୦ରେ ଜାରି ନିର୍ଦେଶକୁ ବିରୋଧ କରି ଖବରକାଗଜର ପ୍ରକାଶକ ଆସୋସିଏଟ୍‍ ଜର୍ଣ୍ଣାଲ୍ସ ଲିମିଟେଡ୍‍ (ଏଜେଏଲ୍‍) ସୋମବାର ହାଇକୋର୍ଟରେ ଏହି ଆବେଦନ କରିଥିଲା। ନଭେମ୍ବର ୨୨ରେ ଏହାର ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥିତାବସ୍ଥା କାଏମ ରଖିବାକୁ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଉଲ୍ଲେଖ ଯେ, ଦିଲ୍ଲୀର ଆଇଟିଓସ୍ଥିତ ପ୍ରେସ୍‍ ଏନ୍‍କ୍ଲେଭଠାରେ ଥିବା ଏହି ଅଟ୍ଟାଳିକାକୁ କେନ୍ଦ୍ର ସହରାଞ୍ଚଳ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ନ୍ୟାସନାଲ ହେରାଲ୍ଡକୁ ବିଗତ ୫୬ ବର୍ଷ ହେବ ଲିଜ୍‍ରେ ଦିଆଯାଇଛି। ମାତ୍ର ଏବେ ଅଟ୍ଟାଳିକାଟିକୁ ଖାଲି କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦେଶ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପ୍ରକାଶନି ସଂସ୍ଥାର ଓକିଲ ଅଭିଶେକ ମନୁ ସିଙ୍ଘଭୀ କୋର୍ଟରେ ଯୁକ୍ତି ଦର୍ଶାଇଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦେଶ ବେଆଇନ, ଅସାମ୍ବିଧାନିକ, ସମ୍ପୂର୍ଣ୍ଣ ମନମାନୀ ଏବଂ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ରର କ୍ଷମତା ପରିସର ବହିର୍ଭୁକ୍ତ ବୋଲି ଦର୍ଶାଇ ତାହାକୁ ଖାରଜ କରିବାକୁ ସିଙ୍ଗଭୀ ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି। ଏହି ଆବେଦନ ଉପରେ ଡିସେମ୍ବରରେ ଶୁଣାଣି ହେବ ବୋଲି ହାଇକୋର୍ଟ ପୂର୍ବରୁ ନିର୍ଦେଶ ଦେଇଥିଲେ। ମାତ୍ର ନଭେମ୍ବର ୧୫ ସୁଦ୍ଧା ଅଟ୍ଟାଳିକା ଖାଲି କରିବାକୁ କେନ୍ଦ୍ରର ନିର୍ଦେଶ ରହିଥିବାରୁ ଏହା ଉପରେ ଜରୁରୀ ଶୁଣାଣି କରିବାକୁ ଏଜେଏଲର ଓକିଲ ସୁନୀଲ ଫର୍ଣ୍ଣାଡିଜ୍‍ କୋର୍ଟଙ୍କୁ ନିବେଦନ କରିଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories