www.samajalive.in
Sunday, December 14, 2025
14.1 C
Bhubaneswar

ବନ୍ୟାରେ ବୁଡ଼ିଲା ଅହମ୍ମଦାବାଦ ବିମାନବନ୍ଦର

ଅହମ୍ମଦାବାଦ : ଗୁଜରାଟର ଦକ୍ଷିଣ ଓ ସୌରାଷ୍ଟ୍ର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ବନ୍ୟାପାଣିରେ ଅହମ୍ମଦାବାଦ ବିମାନବନ୍ଦର ବୁଡ଼ିଯାଇଛି। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଭିଡିଓରେ ଦେଖାଯାଇଛି ଯେ ବିମାନବନ୍ଦରର ରନୱେ ଓ ଟର୍ମିନାଲ ଅଞ୍ଚଳ ପାଣିରେ ବୁଡି ଯାଇଛି। ବନ୍ୟା ଯୋଗୁଁ ବିମାନବନ୍ଦରରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯାତ୍ରୀମାନେ ଠିକ୍ ସମୟରେ ବିମାନ ଧରିବାରେ ବିଫଳ ହୋଇଛନ୍ତି। ଏଥିପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ ସେମାନଙ୍କ ବିମାନ ଯାତ୍ରା ସମୟର ବହୁ ପୂର୍ବରୁ ପହଞ୍ଚିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ବିମାନବନ୍ଦର ପାର୍କିଂ ସ୍ଥାନରେ ଗାଡି ନ ରଖିବାକୁ ପରାମର୍ଶ ଦିଆଯାଇଛି। ବର୍ଷା ଯୋଗୁଁ ମୁମ୍ବଇ-ଅହମ୍ମଦାବାଦ ଜାତୀୟ ରାଜପଥ ନଭସାରି ସହର ନିକଟରେ ପାଣିରେ ବୁଡି ଯାଇଛି। ଶନିବାର ସନ୍ଧ୍ୟାରେ ଅହମ୍ମଦାବାଦ ସହରରେ ଦୁଇଘଣ୍ଟା ମଧ୍ୟରେ ୧୦୧ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା ଅନୁଯାୟୀ ଆଗାମୀ ତିନିଦିନ ପାଇଁ ଜୁନାଗଡ, ଜାମନଗର, ଦେବଭୂମି ଦ୍ବାରକା, କଚ୍ଛ, ସୁରତ, ଭାଲସାଦ, ନଭସରି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ। ବର୍ଷା ଯୋଗୁଁ ଦିଲ୍ଲୀରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯମୁନା ନଦୀ ବିପଦ ସଙ୍କେତ ଅତିକ୍ରମ କରିଛି। ରବିବାର ସକାଳେ ଯମୁନା ନଦୀର ଜଳସ୍ତର ୨୦୫.୮୧ରେ ପହଞ୍ଚିଥିବା ରେକର୍ଡ କରାଯାଇଛି। ହରିୟାଣାର ହାଥନିକୁଣ୍ଡ ବ୍ୟାରେଜରୁ ୨ଲକ୍ଷ କ୍ୟୁସେକ୍ ପାଣି ଛଡାଯିବା ପରେ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଦିଲ୍ଲୀରେ ଯମୁନା ନଦୀର ବିପଦ ସଂକେତ ୨୦୫.୩୩ ମିଟର। ଜୁଲାଇ ୯ ତାରିଖରୁ ଦିଲ୍ଲୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତିରେ କିଛିଟା ଉନ୍ନତି ଆସିବା ପରେ ପୁଣି ବିପଦ ସୃଷ୍ଟି ହୋଇଛି। ସେହିପରି ହମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବର୍ଷା ଯୋଗୁଁ ଯମୁନା ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା କୁହାଯାଇଛି। ବନ୍ୟା ଯୋଗୁଁ ହିମାଚଳ ପ୍ରଦେଶ ଓ ଗୁଜରାଟରେ ୭ଜଣଙ୍କର ମୃତ୍ୟୁ ହେଲାଣି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହିତ କଥା ହୋଇ ରାଜ୍ୟର ବନ୍ୟା ପରିସ୍ଥିତି ସମ୍ପର୍କରେ ବୁଝିଛନ୍ତି। ସେହିପରି ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକସେନାଙ୍କ ସହିତ ମଧ୍ୟ ଶାହା କଥା ହୋଇ ବନ୍ୟା ପରିସ୍ଥିତି ସମ୍ପର୍କରେ ବୁଝିଛନ୍ତି। ବନ୍ୟାଞ୍ଚଳରେ ପ୍ରଭାବିତ ଲୋକଙ୍କୁ ଉଦ୍ଧାର ଓ ସହାୟତା ନିମନ୍ତେ ଆବଶ୍ୟକ ଏନଡିଆରଏଫ୍ ଓ ଏସଡିଆରଏଫ୍ ବାହିନୀ ଯୋଗାଇ ଦେବାକୁ ଶାହା ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ବର୍ଷା ବିତ୍ପାତ ଯୋଗୁଁ ଗତ ୧୦ଦିନରେ ୧୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୫୦୦ ଘର ଭାଙ୍ଗିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories