www.samajalive.in
Saturday, December 13, 2025
27.1 C
Bhubaneswar

ଭୁଶୁଡ଼ି ପଡ଼ିଥିବା ପାଚେରୀ ନିର୍ମାଣରେ ଅଣଦେଖା 

ତିଗିରିଆ : ତିଗିରିଆ ବ୍ଲକ ଅନ୍ତର୍ଗତ ଅଚଳକୋଟ ସ୍ଥିତ ତିନିଗଡ଼ ନୋଡାଲ ବିଦ୍ୟାପୀଠର ପାଚେରୀ  ଗ୍ରୀଷ୍ମ ଛୁଟିସମୟରେ କୌଣସି କାରଣରୁ ପ୍ରାୟ ୧୫ ମିଟର ପର୍ଯ୍ୟନ୍ତ ଭୁଶୁଡ଼ି ପଡିଥିଲା। ତେବେ ଏହାକୁ ପୁନଃ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି। କାରଣ ଭୁଶୁଡ଼ି ପଡ଼ିଥିବା ପାଚେରୀକୁ ଲାଗି ଗ୍ରାମର ଶ୍ମଶାନ ରହିଛି। ଫଳରେ କୌଣସି ଶବ ସଂସ୍କାର ହେବା ବେଳେ ତାହା ପିଲାମାନଙ୍କୁ ଦୃଶ୍ୟମାନ ହେଉଥିବାରୁ ତାହା ପିଲାଙ୍କ ପାଠ ପଢିବାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହାଛଡ଼ା ଗୋରୁଗାଈଙ୍କ ପାଇଁ ଚାରଣ ଭୂମି ପାଲଟିଛି ବିଦ୍ୟାଳୟ ପରିସର। ଗୋରୁଗାଈ ଅବାଧରେ ବିଦ୍ୟାଳୟ ପରିସରରେ  ବୁଲାବୁଲି କରୁଥିବା ବେଳେ କେତେବେଳ ଯେ କୌଣସି ପିଲା ସେମାନଙ୍କ ଆକ୍ରମଣର ଶିକାର ହୋଇ କୌଣସି ଅଘଟଣ ନ ଘଟିବ ତାହା ସମୟ କହିବ। ତେବେ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଅଭିଭାବକ ଓ ସାଧାରଣରେ ଦାବି ହେଉଛି |

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories