www.samajalive.in
Sunday, December 7, 2025
13.1 C
Bhubaneswar

ମମତା ବାନାର୍ଜୀଙ୍କ ସୁରକ୍ଷାରେ ତ୍ରୁଟି; ଅସ୍ତ୍ର ଧରି ସିଏମ୍‌ ବାସଭବନରେ ପ୍ରବେଶ କରୁଥିବା ସନ୍ଦିଗ୍ଧ ଗିରଫ

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ନେଇ ଖବର ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗ ପୁଲିସ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତିକୁ କାବୁ କରିଛି। ଅଭିଯୁକ୍ତ ନିକଟରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ ଜଣକ ପୁଲିସ ଷ୍ଟିକର ଲାଗିଥିବା ଗାଡ଼ିରେ ଯାତ୍ରା କରୁଥିଲା। ଏବେ ପୁଲିସ ଅଭିଯୁକ୍ତକୁ ପଚରାଉଚରା କରୁଛି।

କୋଲକାତା ପୁଲିସ କମିଶନର ଭିନୀତ ଗୋୟଲ କହିଛନ୍ତି, ଶେଖ ନୁର୍‌ ଆଲମ ନାମକ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ କଲକାତା ପୁଲିସ ତାକୁ ଅଟକାଇଥିଲା। ତଲାସି ନେବାରୁ ତା’ ନିକଟରୁ ଅସ୍ତ୍ରଶସ୍ତ୍ର ଓ ନିଷେଧ ପଦାର୍ଥ ବ୍ୟତୀତ ଅନେକ ଆଇଡି କାର୍ଡ ଜବତ ହୋଇଥିଲା। କମିଶନର୍ ଆହୁରି କହିଛନ୍ତି ଯେ, ଅଭିଯୁକ୍ତ ଜଣକ ପୁଲିସ ଷ୍ଟିକର ଲାଗିଥିବା ଗାଡ଼ିରେ ଯାତ୍ରା କରୁଥିଲା। ଘଟଣାକୁ ଗମ୍ଭୀରତାର ସହ ନେଇ ପୁଲିସ, ଏସଟିଏଫ, ସ୍ୱତନ୍ତ୍ର ଅନୁସନ୍ଧାନ ଶାଖା ଅଭିଯୁକ୍ତକୁ ପଚରାଉଚରା କରୁଛନ୍ତି ଏବଂ ତଦନ୍ତ ଜାରି ରଖିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories