www.samajalive.in
Monday, December 15, 2025
17.1 C
Bhubaneswar

ଟୋଲ୍‌ ଫି’ ମାଗିବାରୁ ଦବଙ୍ଗଗିରି ଦେଖାଇଲେ ମହିଳା; କର୍ମଚାରୀଙ୍କୁ କଲେ ଆକ୍ରମଣ

ଗ୍ରେଟର ନୋଏଡ଼ା: ଗ୍ରେଟର ନୋଏଡ଼ାର ଟୋଲ ପ୍ଲାଜାରେ ଜଣେ ମହିଳାଙ୍କ ଦବଙ୍ଗଗିରିର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। ମହିଳାଜଣକ ଲୁହାର୍‌ଲି ଟୋଲ ପ୍ଲାଜାରେ ଜଣେ ମହିଳା କର୍ମଚାରୀଙ୍କ ସହ ମାରପିଟ ଓ ଗାଳି ଗୁଲଜ କରିଛନ୍ତି। ଏପରିକି କର୍ମଚାରୀଙ୍କ ଚୁଟି ଘୋଷାରିଥିଲେ। ଏନେଇ ଟୋଲ ପ୍ଲାଜାର ମହିଳା କର୍ମଚାରୀ ଜଣକ ଦାଦରୀ ଥାନାରେ ଅଭିଯୋଗ କରିଛନ୍ତି। ସିସିଟିଭି ଫୁଟେଜ୍‌ ଆଧାରରେ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି।


ଏନଏଚ-୯୧ର ଦାଦରୀ ଲୁହାର୍‌ଲି ଟୋଲ୍‌ ପ୍ଲାଜାରେ ଘଟିଛି ଏହି ଘଟଣା। ଏଠାରେ କାର୍ଯ୍ୟରତ ଟୋଲ୍‌ କର୍ମଚାରୀ ସୋନମ କହିଛନ୍ତି,‘‘ସୋମବାର ସକାଳେ ଏକ ଦମ୍ପତି କାର୍‌ରେ ଆସିଲେ। ମୁଁ ତାଙ୍କୁ ଟୋଲ୍‌ ଫି’ ମାଗିବାରୁ କାର୍‌ରେ ଥିବା ମହିଳାଜଣକ ନିଜ ଦବଙ୍ଗଗିରି ଦେଖାଇ ବୁଥ୍‌ ଭିତରେ ପଶି ମାରପିଟ୍‌ କରିଥିଲେ। ସେ ଟୋଲ୍‌ ଗେଟ୍‌କୁ ହଟାଇ ଜୋର ଜବରଦସ୍ତ ଗାଡ଼ି କାଢିବାକୁ ମଧ୍ୟ ଚେଷ୍ଟା କରିଥିଲେ। ’’

- Advertisement -

ସୋନମ ଆହୁରି କହିଛନ୍ତି, ‘‘ଯେତେବେଳେ ମୁଁ ସେମାନଙ୍କୁ ଟୋଲ୍ ଫି ମାଗିଲି, ସେମାନେ ନିଜକୁ ହୃଦୟପୁରର ସ୍ଥାନୀୟ ବାସିନ୍ଦା ଭାବରେ ପରିଚୟ ଦେଇଥିଲେ। ଏହାପରେ ମୁଁ ସେମାନଙ୍କୁ ଆଇଡି କାର୍ଡ ଦେଖାଇବାକୁ କହିଲି, କିନ୍ତୁ ସେମାନଙ୍କର କୌଣସି ଆଇଡି କାର୍ଡ ନଥିଲା। ଆଇଡି କାର୍ଡ ଦେଖାଇ ନପାରିବାରୁ ସେମାନଙ୍କୁ ଟୋଲ୍‌ ଦେୟ ମାଗିଥିଲି। ଏହାପରେ କାରରେ ବସିଥିବା ମହିଳା ଉତ୍ୟକ୍ତ ହୋଇ କାରରୁ ଓହ୍ଲାଇ ଟୋଲ୍‌ ବୁଥ୍ ଭିତରକୁ ଆସିଥିଲେ। ସେ ମୋ ସହ ଅସଦାଚରଣ କରିବା ଆରମ୍ଭ କରିଥିଲେ। ସେ ମୋ ସହ ମାର୍‌ପିଟ୍‌ କରିବା ସହ ଆପତ୍ତିଜନକ ଶବ୍ଦ ମଧ୍ୟ ବ୍ୟବହାର କରିଥିଲେ।’’

ମହିଳା ଜଣକ ଏତିକିରେ ଅଟକି ନଥିଲେ। ବୁଥ୍‌ରୁ ବାହାରି ସେ ଟୋଲ୍‌ ଗେଟ୍‌କୁ ମଧ୍ୟ ହଟାଇ ଦେଇଥିଲେ। ଏଥିସହ ଜୋର ଜବରଦସ୍ତ ଗାଡ଼ି କାଢିବାକୁ ଚେଷ୍ଟା କରିଥିଲେ। ଅନ୍ୟ କିଛି ଲୋକଙ୍କୁ ମଧ୍ୟ ସେ ଦୁର୍ବ୍ୟବହାର କରିଥିଲେ। ଏ ସମସ୍ତ ଘଟଣା ଟୋଲ୍‌ ବୁଥ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ପୁଲିସ ଘଟଣାର ତଦନ୍ତ ଚଳାଇଛି।

 

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories