BJD Bijuli 480×75 Mob

‘ମେକ୍‍ ଇନ୍‍ ଓଡ଼ିଶା’ ସମ୍ମିଳନୀରେ ନବୀନଙ୍କ ଘୋଷଣା ; ମିଶନ ଶକ୍ତି ମହିଳାଙ୍କୁ ସ୍ମାର୍ଟଫୋନ୍‍

BJD Bijuli 480×75 Mob
0
-ପ୍ରତି ଦ୍ୱିତୀୟ ପରିବାରରେ ଜଣେ ମିଶନ୍‍ ଶକ୍ତିର ସଦସ୍ୟ, -ମହିଳାଙ୍କ ରାଜନୈତିକ ସଶକ୍ତୀକରଣରେ ବିଜୁବାବୁ ଅଗ୍ରଦୂତ

ଭୁବନେଶ୍ୱର : ‘ମେକ୍‍ ଇନ୍‍ ଓଡ଼ିଶା’ ସମ୍ମିଳନୀରେ ସରକାର ଉଦ୍ୟୋଗପତିମାନଙ୍କର ଆସ୍ଥା ଜିଣି ପ୍ରଶଂସା ସହ ପୁଞ୍ଜିନିବେଶ ସାଉଣ୍ଟିଛନ୍ତି। ଚଳିତବର୍ଷର ଏହି ସମ୍ମିଳନୀରେ ରାଜ୍ୟ ସରକାର ମହିଳା ଉଦ୍ୟୋଗୀଙ୍କୁ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଛନ୍ତି। ତାହା ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ମିଶନ୍‍ ଶକ୍ତିର ମହିଳାମାନଙ୍କ ପାଇଁ ହୋଇଥିବା ସ୍ୱତନ୍ତ୍ର ଘୋଷଣାରୁ ପ୍ରମାଣିତ ହୋଇଛି। ରାଜ୍ୟର ମିଶନ୍‍ ଶକ୍ତିର ମହିଳାଙ୍କୁ ସ୍ମାର୍ଟଫୋନ୍‍ ମିଳିବ। ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିଭଳି ମାତୃ, ଶିଶୁ ମୃତ୍ୟୁହାର କମ୍‍ କରିବାରେ ଓଡ଼ିଶା ଦେଶରେ ସର୍ବାଗ୍ରେ ରହିଛି। ଏହାଛଡା ରାଜ୍ୟରେ ମହିଳାଙ୍କୁ ରାଜନୀତି କ୍ଷେତ୍ରରେ ପ୍ରୋତ୍ସାହିତ କରିବାରେ ଓଡ଼ିଶା ସରକାର ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ନବୀନ୍‍ ପଟ୍ଟନାୟକ କହିଛନ୍ତି।
ବୁଧବାର ‘ମେକ୍‍ ଇନ୍‍ ଓଡ଼ିଶା’ ସମ୍ମିଳନୀ ଅବସରରେ ମହିଳା ଉଦ୍ୟୋଗୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଲେ, ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ହେଉଛି ତାଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ରାଜ୍ୟର ପ୍ରତି ଦ୍ୱିତୀୟ ପରିବାରରେ ଜଣେ ମିଶନ୍‍ ଶକ୍ତିର ସଦସ୍ୟ। ଏଠାରେ ମିଶନ ଶକ୍ତି ଗ୍ରୁପର ଋଣ ପରିଶୋଧ ହାର ୯୫%ରୁ ଅଧିକ। କୌଣସି ପରିବାର,ସମାଜ, ରାଜ୍ୟ କିମ୍ବା ଦେଶ ମହିଳାଙ୍କ ସଶକ୍ତୀକରଣ ବିନା କେବେହେଲେ ଆଗେଇ ପାରିନାହିଁ। ୨୦୦୦ରୁ ଦାୟିତ୍ୱ ଗ୍ରହଣ କରିବା ପରେ ମୋ ସରକାର ମହିଳାଙ୍କ ଶକ୍ତିଶାଳୀ ଭୂମିକା ସମ୍ପର୍କରେ ସମ୍ପୂର୍ଣ୍ଣ ସଚେତନ ରହିଆସିଛନ୍ତି। ୨୦୦୧ରେ ଆରମ୍ଭ ହୋଇଥିବା ମିଶନ୍‍ ଶକ୍ତି କାର୍ଯ୍ୟକ୍ରମ ଏବେ ଏକ ବଡ ଆନ୍ଦୋଳନରେ ପରିଣତ ହୋଇଛି। ୭୦ ଲକ୍ଷ ମହିଳା, ୬ ଲକ୍ଷ ଗ୍ରୁପ, ୫୦୦୦ କୋଟି ଟଙ୍କା ସଞ୍ଚୟ ସହ ୨୦୦୦ କୋଟି ଟଙ୍କାର ବାର୍ଷିକ ବ୍ୟାଙ୍କ କାରବାର କରୁଥିବା ରାଜ୍ୟରେ ଏଭଳି କୌଣସି ଗାଁ ବା ପଡା ନାହିଁ ଯେଉଁଠାରେ ମିଶନ୍‍ ଶକ୍ତି ଗ୍ରୁପ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ପ୍ରତ୍ୟେକ ମହିଳା ଜ୍ଞାନ ଅର୍ଥନୀତିର ସୁଯୋଗ ପାଆନ୍ତୁ ଏହା ଆମର ସ୍ୱପ୍ନ। ଏଥିପାଇଁ ରାଜ୍ୟ ସରକାର ମହିଳାମାନଙ୍କୁ ଡିଜିଟାଲ କ୍ଷେତ୍ରରେ ସଶକ୍ତ କରିବାକୁ ଚାହୁଁଛନ୍ତି। ଏହାର ପ୍ରଥମ ପଦକ୍ଷେପ ସ୍ୱରୂପ ସରକାର ରାଜ୍ୟର ୬ ଲକ୍ଷ ମିଶନ ଶକ୍ତି ଗ୍ରୁପକୁ ସ୍ମାର୍ଟଫୋନ୍‍ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।


ମୁଖ୍ୟମନ୍ତ୍ରୀ କହିଲେ, ମହିଳାଙ୍କ ରାଜନୈତିକ ସଶକ୍ତୀକରଣରେ ବିଜୁବାବୁ ଥିଲେ ଅଗ୍ରଦୂତ। ବିଜୁବାବୁ ହିଁ ପଞ୍ଚାୟତିରାଜ ଓ ପୌର ପରିଷଦରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ କରିଥିଲେ। ବର୍ତ୍ତମାନର ସରକାର ଏହାକୁ ୫୦%କୁ ବୃଦ୍ଧି କରିଛନ୍ତି। ଏହା ବାସ୍ତବରେ ୫୦%ରୁ ଅଧିକ। ମମତା ହେଉ କି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କିମ୍ବା ସମ୍ପତ୍ତି ଅଧିକାର ଏସବୁରେ ରାଜ୍ୟ ସରକାର ମହିଳାଙ୍କ ଲାଗି ଅଧିକ ସୁଯୋଗ ସୃଷ୍ଟି କରିଛନ୍ତି। ଶିଶୁ ମୃତ୍ୟୁହାର କ୍ଷେତ୍ରରେ ଓଡ଼ିଶା ଜାତୀୟ ହାରଠାରୁ ବହୁତ ଭଲ ସ୍ଥିିତିରେ ରହିଛି। ସେହିଭଳି ଡାକ୍ତରଖାନାରେ ପ୍ରସବ ସଂଖ୍ୟା ରାଜ୍ୟରେ ୯୦%। ଏହାଛଡା ମହିଳାଙ୍କ ସମ୍ପତ୍ତି ମାଲିକାନା ଓଡ଼ିଶାରେ ସର୍ବାଧିକ। ଗୁରୁତ୍ୱପୂର୍ଣ୍ଣର୍ କଥା ହେଉଛି ରାଜ୍ୟରେ ପ୍ରତ୍ୟେକ ମହିଳାଙ୍କ ଆୟୁଷରେ ହାରାହାରି ୧୦ବର୍ଷ ବୃଦ୍ଧି ଘଟିଛି। ନିଜର କଲେକ୍‍ସନ୍‍ ଏବଂ ଫ୍ୟାଶନ୍‍ ସୋ’ ଜରିଆରେ ଦର୍ଶକଙ୍କୁ ବିମୋହିତ କରୁଥିବା ବିଭୁ ମହାପାତ୍ର ହୁଅନ୍ତୁ କି ମଧ୍ୟାହ୍ନ ଭୋଜନ ପରିଚାଳନା କରୁଥିବା ସୁନ୍ଦରଗଡର ଜୟନ୍ତୀ ଏକ୍କାଙ୍କ ଭଳି ନିଜ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା ଏଭଳି ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଛିଡାହୋଇ ସମ୍ମାନ ଜଣାଇଥିଲେ। ଏହି ସମୟରେ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ମଧ୍ୟ ଛିଡାହୋଇ ସେମାନଙ୍କୁ ସମ୍ମାନ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ସମ୍ପର୍କିତ ଏକ ଫଟୋ ପୁସ୍ତିକା ଉନ୍ମୋଚନ କରିଥିଲେ।


ଏହି ମହିଳା ଉଦ୍ୟୋଗୀ କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ସ୍ୱୟଂସହାୟିକା ଗୋଷ୍ଠୀର ନେତ୍ରୀ ଜୟନ୍ତୀ ଏକ୍କା ନିଜର ସଫଳତାର ସଂଘର୍ଷମୟ କାହାଣୀକୁ ଉପସ୍ଥିତ ମହିଳାଙ୍କ ଆଗରେ ବଖାଣିଥିଲେ। ଗୋଟିଏ ସମୟରେ ତାଙ୍କର ଗ୍ରୁପ କିଭଳି ଚାଷୀଙ୍କ ଧାନ ଟଙ୍କାକୁ ସୁରକ୍ଷିତ ରଖିବାକୁ ଗଛରେ ଝୁଲାଇ ଥିଲା ତାହା ସେ ବର୍ଣ୍ଣନା କରିବାବେଳେ ସମସ୍ତେ ଜୟନ୍ତୀଙ୍କୁ କରତାଳି ଦେଇ ଉତ୍ସାହିତ କରିଥିଲେ। ତେବେ କାର୍ଯ୍ୟକ୍ରମରେ ଜୟନ୍ତୀଙ୍କ ବ୍ୟତୀତ ଆଉ ୩ ମହିଳା ଉଦ୍ୟୋଗୀ ଛାଇଯାଇଥିଲେ। ସେମାନେ ହେଲେ ରେଡିଓ ସିଟିର ପୂର୍ବତନ ସିଇଓ ଅର୍ପୂବା ପୁରୋହିତ, ଆର୍ଥ୨ ଅରବିଟ୍‍ର ସସ୍ମିତା ମହାନ୍ତି ଏବଂ ସେବାର ଜାତୀୟ ସଂଯୋଜିକା ମିରାଇ ଚାଟାର୍ଜୀ। ସୁସ୍ମିିତାଙ୍କ ଷ୍ଟାର୍ଟ ଅପ୍‍ ବିଶ୍ୱରେ ମହାକାଶ ଯାନ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଛି। ତାଙ୍କ ମତରେ ମହିଳା ସଶକ୍ତୀକରଣରେ ଭାରତ ବିଶ୍ୱରେ ଆଗରେ ରହିଛି। ଏ କ୍ଷେତ୍ରରେ ଓଡ଼ିଶାର ଆଦିବାସୀମାନେ ହେଉଛନ୍ତି ଏକ ବଡ ଉଦାହରଣ। କାରଣ ସେମାନଙ୍କ ସମାଜରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ କିଛି ବାଛବିଚାର ନ ଥାଏ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତୋ ବାଗ୍‍ଚୀ, ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଏବଂ ମିଶନ ଶକ୍ତିର ନିର୍ଦେଶିକା ସୁଜାତା କାର୍ତ୍ତିକେୟନ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply