ସୋମବାର ରାଶିଫଳ (୧୭ ଜୁଲାଇ ୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated Jul 17, 2023 Share ମେଷ : କୀର୍ତ୍ତିମାନ୍ କବିଭାବେ ପ୍ରତିଷ୍ଠା ଅର୍ଜନ କରିପାରନ୍ତି। ଶାସ୍ତ୍ର ଅଧ୍ୟୟନକୁ ବ୍ରତଭାବେ ଗ୍ରହଣ କରିବେ। ପତ୍ନୀ ସ୍ନେହୀ ହେବେ। ଜନସମ୍ପର୍କ ଦୃଢ଼ କରିପାରନ୍ତି। ଈଶ୍ବର ବିଶ୍ବାସୀ ହେବେ। ଅର୍ଥାଗମ ହେବ। ବୃଷ : ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। ଉପକାରୀ ଲୋକଙ୍କ ପ୍ରତି କୃତଜ୍ଞ ନ ହୋଇପାରନ୍ତି। ଆଗଧ ପରିଶ୍ରମ କରି କିଛିଟା ଧନ ଅର୍ଜନ କରିପାରନ୍ତି। ଭାଗ୍ୟବଳରେ ସହାୟତା ମିଳିବ। ସପତ୍ନୀକ ସୁଖୀ ହେବେ। ମିଥୁନ : ସନ୍ତପ୍ତ ଚିତ୍ତ ହୋଇପାରନ୍ତି। ଶତ୍ରୁ ଦ୍ବାରା ଉତ୍ପୀଡ଼ିତ ହୋଇପାରନ୍ତି। ପିତାମାତାଙ୍କ ହେତୁ କ୍ଲେଶ ଭୋଗ କରିପାରନ୍ତି। ଧନାଗମ ହେଉ ହେଉ ଅଟକି ଯାଇପାରେ। ଲୁକ୍କାୟିତ ଗୁଣ ପ୍ରସାର ଘଟାଇ ପାରନ୍ତି। କର୍କଟ : ଖରାପ ସଙ୍ଗ ପରିତ୍ୟାଗ କରିବାକୁ ପଡ଼ିବ। ସାମାନ୍ୟ ସୁଖ ଭୋଗ କରୁଥିବାବେଳେ ଶେଷରେ ନିରାଶ ହେବାକୁ ପଡ଼ିବ। ପ୍ରଚଣ୍ଡ ସୂର୍ଯ୍ୟକିରଣ ସହିବା ଆପଣଙ୍କ ପକ୍ଷେ କଷ୍ଟସାଧ୍ୟ ହେବ। ସିଂହ : କୋଟିନିଧି ପ୍ରାପ୍ତିର ସୂଚନା ମିଳୁଛି। ସଦାସର୍ବଦା ସମୃଦ୍ଧିର ବାତାବରଣ ତିଷ୍ଠି ରହିବ। ଜନସାଧାରଣଙ୍କ କଲ୍ୟାଣଭାଜନ ହେବେ। ଉତ୍ତମ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଉତ୍ଫୁଲ୍ଲିତ ହେବେ। ଠାକୁରଙ୍କ ଆଶୀର୍ବାଦ ରହିଛି। କନ୍ୟା : ବାକ୍ପଟୁତା ଊଣା ହୋଇପାରେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ଆତ୍ମସନ୍ତୋଷ ଲାଭ କରିବେ। କର୍ମକ୍ଷେତ୍ରକୁ ଉଳମୟ କରିବେ। Related Posts ରାଜଭବନ ଉଦ୍ୟାନ ପରିଦର୍ଶନ: ୧୩ ରୁ ୨୨ ଜାନୁଆରୀ… Jan 8, 2025 ମଦ ଦୋକାନରୁ ଚୋରି; ସମିତି ସଭ୍ୟଙ୍କ ସମେତ ୪… Jan 8, 2025 ତୁଳା : ବିନୟାବନତ ହୋଇପାରନ୍ତି। ଜଣେ ମହାନ୍ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ପ୍ରବଳ ପ୍ରତାପୀ ହୋଇପାରନ୍ତି। ପାଣ୍ଡିତ୍ୟ ନଥାଇ ବି ସଦାସର୍ବଦା ସତ୍ପଥଗାମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଛା : ଅତ୍ୟଧିକ ପରିଶ୍ରମ କରି ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ନିଗ୍ଧମତିସମ୍ପନ୍ନ ହୋଇପାରନ୍ତି। ସମ୍ମୁଖ ସମରରୁ ଓହରି ଯାଇପାରନ୍ତି। ପୂର୍ବ ସୁକୃତି ପାଇଁ ମନରେ ଟାଣପଣ ରହିବ। ଆଗକୁ ବଢ଼ିପାରନ୍ତି। ଧନୁ : ମନର ଅବସ୍ଥା ଆତୁରିତ ହୋଇପାରେ। ଧର୍ମକୁ ଛାଡ଼ି କେବଳ କର୍ମ ଉପରେ ବିଶ୍ବାସ ରଖିବେ। ଗୁଣ ପ୍ରକାଶ କରିବାର ପଶ୍ଚାତ୍ପଦ ହୋଇପାରନ୍ତି। ଅନ୍ୟର ମାୟାଜାଲରେ ଫସିଯାଇ ପାରନ୍ତି। ମକର : ସୁଖହୀନ ହୋଇପାରନ୍ତି। ଦାରିଦ୍ର୍ୟର ଶିକାର ହୋଇପାରନ୍ତି। ସଦାସର୍ବଦା ଆତୁର ହୋଇପାରନ୍ତି। ଶତ୍ରୁମାନେ ଅପସରି ଯାଇପାରନ୍ତି। ଅବସ୍ଥାକୁ ଦେଖି ବ୍ୟବସ୍ଥା ସ୍ବରୂପ ଖର୍ଚ୍ଚ କାଟ କରିବାକୁ ବାଧ୍ୟ ହେବେ। କୁମ୍ଭ : ଅଭିମାନରେ ପୂର୍ଣ୍ଣଚ୍ଛେଦ ପକାଇ ପାରନ୍ତି। ଧନ କଷ୍ଟ ଓ ମନ କଷ୍ଟ ସବୁକିଛି ଭୋଗୀ ପାରନ୍ତି। ପୁତ୍ର ସନ୍ତାନର କାର୍ଯ୍ୟକଳାପ ଉପରେ ବିରକ୍ତି ପ୍ରକାଶକ କରିପାରନ୍ତି। ଅସାଧ୍ୟ ସାଧନ କରିବାରେ ପାରଙ୍ଗମ ହେବେ। ମୀନ : ସୁଖ ମିଳିବା କଷ୍ଟସାଧ୍ୟ ହେବ। ଆଜି ଦିନଟି ଆପଣଙ୍କ ଅଶୁଭ ହୋଇପାରେ। ତୁରନ୍ତ ତର୍କରୁ ଓହରିଯିବା ଆପଣଙ୍କ ପକ୍ଷେ ଭଲ ହେବ। ଆପଣଙ୍କ ପ୍ରଭାବ କ୍ଷୁଣ୍ଣ ହୋଇପାରେ। ବନ୍ଧୁମାନେ କରଛଡ଼ା ଦେବେ। Share FacebookTwitterWhatsApp
Comments are closed.