ଡୋମିନିକା: ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଭାରତୀୟ ଦଳ ପ୍ରଥମ ଟେଷ୍ଟରେ ଦମଦାର ବିଜୟ ହାସଲ କରିଛି। ମାତ୍ର ୩ ଦିନରେ ଭାରତ ଘରୋଇ ୱେଷ୍ଟଇଣ୍ଡିଜ୍କୁ ଇନିଂସ ୧୪୧ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ପଦାର୍ପଣ କରିଥିବା ଯୁବ ଓପନର ଯଶସ୍ବୀ ଜୟସୱାଲ ଓ ଅଧିନାୟକ ରୋହିତ ଶର୍ମା ଶତକ ଅର୍ଜନ କରିଥିଲେ। ବିରାଟ କୋହଲି ୭୬ରନ କରିଥିଲେ। ଏଥି ସହିତ ବିରାଟଙ୍କ ନାମରେ ଏକ ରେକର୍ଡ ଯୋଡି ହୋଇଯାଇଛି। ଟେଷ୍ଟରେ ଭାରତୀୟଙ୍କ ମଧ୍ୟରୁ ଅଧିକ ରନ କରିବାରେ ବିରାଟ କୋହଲି ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। କୋହଲି ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ବାଗଙ୍କୁ ପଛରେ ପକାଇ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସେହ୍ବାଗ ୧୦୩ଟି ଟେଷ୍ଟରୁ ୧୭୮ଟି ଇନିଂସ ଖେଳି ୮୫୦୩ରନ କରିଥିବାବେଳେ କୋହଲି ୧୧୦ଟି ଟେଷ୍ଟରୁ ୮୫୫୫ରନ କରିଛନ୍ତି। ଟେଷ୍ଟରେ ସର୍ବାଧିକ ରନ କରିବାର ତାଲିକାରେ ଶୀର୍ଷେର ରହିଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ସେ ୨୦୦ଟି ଟେଷ୍ଟ ମ୍ୟାଚ ଖେଳି ୩୨୯ଟି ଇନିଂସରୁ ୧୫,୯୨୧ରନ କରିଛନ୍ତି। ଦ୍ବିତୀୟ ସ୍ଥାନରେ ରାହୁଲ ଦ୍ରାବିଡ ୧୬୩ଟି ମ୍ୟାଚରୁ ୨୮୪ଟି ଇନିଂସ ଖେଳି ୧୩,୨୬୫ରନ, ସୁନୀଲ ଗାଭାସ୍କର ୧୨୫ଟି ଟେଷ୍ଟରୁ ୧୦,୧୨୨ରନ ସହ ୩ୟ, ଭିଭିଏସ୍ ଲକ୍ଷ୍ମଣ ୧୩୪ଟି ଟେଷ୍ଟ ମ୍ୟାଚ ଖେଳି ୨୨୫ଟି ଇନିଂସରୁ ୮୭୮୧ରନ କରିଛନ୍ତି।
Popular Categories



