www.samajalive.in
Tuesday, December 9, 2025
26.1 C
Bhubaneswar

ଚିରଞ୍ଜୀବ ଓ ମୋକିମଙ୍କ ନିଲମ୍ବନ : କଂଗ୍ରେସରେ ଭୂକମ୍ପ

ଡେସ୍କ : ରାଜ୍ୟ କଂଗ୍ରେସରେ ଭୂକମ୍ପ ସୃଷ୍ଟି ହୋଇଛି । ବିନା ମେଘରେ ବଜ୍ରପାତ ଭଳି ହଠାତ ବିଧାୟକ ମହମ୍ମଦ ମୋକିମ୍‌‌ ଓ ପୂର୍ବତନ ବିଧାୟକ ତଥା ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି । ଏଆଇସିସି ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାକୁ ଦୁଇ ନିଲମ୍ବିତ ନେତା ଗ୍ରହଣ କରିଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଏଆଇସିସି ନିଷ୍ପତ୍ତିକୁ ଗ୍ରହଣ କରିଥିବା କହିଛନ୍ତି । ତେବେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଏମାନଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି । ଏଆଇସିସିର କାର୍ଯ୍ୟାନୁଷ୍ଠାନ ପରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ  ପ୍ରତିକ୍ରିୟା ଦେଇ କହିଛନ୍ତି, ଏଆଇସିସି ଯାହା ପଦକ୍ଷେପ ନେଇଛି, ତାହାକୁ ଆମେ ଗ୍ରହଣ କରୁଛୁ । କଂଗ୍ରେସ ଏକ ହୋଇକି ଅଛି ଏବଂ ସର୍ବଦା ଏକ ହୋଇ ରହିବ। ଦୁହିଁଙ୍କ ବିରୋଧରେ ଓଡ଼ିଶାର ଶୃଙ୍ଖଳା କମିଟି ଲିଖିତ ଆକାରରେ ଅଭିଯୋଗ ଦେଇଥିଲା । ମୁଁ ଏହାକୁ ଅନୁମୋଦନ କରି ଏଆଇସିସି ପାଖକୁ ପଠାଇଥିଲି । ଦଳ ଉପରେ ଏହାର କୌଣସି ନକାରାତ୍ମକ ପ୍ରଭାବ ପଡ଼ିବନି । ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀ ମଧ୍ୟ ପୂର୍ବରୁ ସମସ୍ତଙ୍କୁ କହିଥିଲେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ।

ଦଳ ବିରୋଧୀ କାର୍ଯ୍ୟ ପାଇଁ ସେମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟକଳାପ ନେଇ ସେମାନଙ୍କୁ ସ୍ପଷ୍ଟୀକରଣ ମଗାଯାଇଥିଲା । କିନ୍ତୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି (ଡିଏସି) ନିଲମ୍ବନ ନେଇ ସୁପାରିଶ କରିଥିଲା। ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ସଦସ୍ୟ ସଚିବ ତାରିକ ଅନୱାର ଏହି ଦୁଇ ନେତାଙ୍କୁ ତତ୍କାଳ ନିଲମ୍ବନ କରିବାକୁ ଆଦେଶ ଜାରି କରିଛନ୍ତି ।

- Advertisement -

ଓଡ଼ିଶାରେ କଂଗ୍ରେସ ଦଳର ସ୍ଥିତି ଓ ଜାତୀୟ ସ୍ତରରେ ଅନ୍ୟ ବିରୋଧୀ ଦଳଙ୍କୁ ଏକାଠି କରି ବିଜେପି ବିରୋଧରେ ଲଢେଇ ପାଇଁ  କଂଗ୍ରେସ ଶକ୍ତି ଯୋଗାଡ କରୁଥିବା ବେଳେ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ବିସ୍ମିତ କରିଛି । ବିଶେ​ଷ​‌ କରି ରାଜନୈତିକ ମହଲରେ ଏହାକୁ  ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୨୦୨୪ ନିର୍ବାଚନରେ କଂଗ୍ରେସ ଓଡ଼ିଶାରେ ୯ ରୁ ୯୦ ଆସନ ଜିତିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଏହା ସେଥିରେ ପ୍ରଶ୍ନବାଚୀ ସୃଷ୍ଟି କରିବ ବୋଲି ରାଜନୀତି ସମୀକ୍ଷକମାନେ ମତ ଦେଉଛନ୍ତି।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories