www.samajalive.in
Friday, December 12, 2025
14.1 C
Bhubaneswar

ନିଆଁରେ ପୋଡି ହୋଇ ଗୋଟିଏ ପରିବାରର ୩ ମୃତ

କୋକସରା : କଳାହାଣ୍ଡି ଜିଲା ଧର୍ମଗଡ ଥାନା ଅନ୍ତର୍ଗତ ଥନଟ ଗ୍ରାମରେ ନିଆଁରେ ପୋଡି ହୋଇ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଚମ୍ପା ମହରା(୪୦), ତାଙ୍କ ଝିଅ ସୁନିତା ମହରା(୧୨) ଓ ଏକମାତ୍ର ପୁଅ ଅମିତ ମହରା(୪)। ସୂଚନାମୁତାବକ ଥନଟ ଗ୍ରାମର ଅଜିତ ମହରା(୪୫) ଗାଁଗାଁ ବୁଲି ବହି ବିକ୍ରି କରି ନିଜ ପରିବାର ଚଳାଉଥିଲେ। ପରିବାର କହିଲେ ସ୍ତ୍ରୀ ଚମ୍ପା, ଦୁଇ ଝିଅ କୁନିତା(୧୫) ଓ ସନିତା ଏବଂ ଏକମାତ୍ର ପୁଅ ଅମିତକୁ ବୁଝାଉଥିଲା। ବୁଧବାର ଦିନ ଅଜିତ ଗୋଲାମୁଣ୍ଡା ବ୍ଳକ ବୃନ୍ଦାବାହାଲ ସାପ୍ତାହିକ ହାଟକୁ ବହି ବିକିବାକୁ ଯାଇଥିଲାବଳେ ସକାଳ ୧୦ଟା ବେଳକୁ ଅଜିତଙ୍କ ଘରେ ନିଆଁ ଲାଗିଯାଇଥିଲା। ନିଆଁ ଦେଖି  ସଙ୍ଗେ ସଙ୍ଗେ ଗ୍ରାମବାସୀ ନିକଟସ୍ଥ କୂଅରୁ ପମ୍ପ ଯୋଗେ ପାଣି ପକାଇବା ସହ ଦମକଳବାହିନୀକୁ ଖବର ଦେଇଥିଲେ । ଖବର ପାଇ ଦମଳକ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ତିନୋଟି ଜୀବନର ନିଆଁରେ ପୋଡି ହୋଇ ଯାଇଥିଲେ।  ଏହି ସମୟରେ ବଡ ଝିଅ କୁନିତା ଗାଧୋଇବାକୁ ଯାଇଥିବାରୁ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣାପଡିଛି। ଖବର ପାଇ ଧର୍ମଗଡ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଛି। ରନ୍ଧନ ଗ୍ୟାସ ବିସ୍ଫୋରଣ ଯୋଗୁଁ ଏଭଳି ଅଘଟଣ ଘଟିଥିବା ଲୋକେ କୁହାକୁହି ହେଉଥିବାବେଳେ ପାରିପାର୍ଶ୍ବିକ ସ୍ଥିତିରୁ କିନ୍ତୁ ସେଭଳି କିଛି ପ୍ରମାଣ ମିଳିନଥିବା ଧର୍ମଗଡ ଥାନା ଅଧିକାରୀ ଡମୁ ପରଜା କହିଛନ୍ତି । ଘଟଣାକୁ ନେଇ ତଦନ୍ତକୁ ତ୍ୱରାନିତ କରାଯିବ ଏବଂ ପ୍ରକୃତ କାରଣ ଖୋଜି ବାହାର କରାଯିବ ବୋଲି ଥାନା ଅଧିକାର ଶ୍ରୀ ପରଜା କହିଛନ୍ତି। ଦିନ ୧୦ଟାବେଳେ ଏତେ ବଡ ଅଘଟଣ ଘଟିଥିବାବେଳେ ସେମାନେ ଚିତ୍କାର ନିଶ୍ଚୟ କରିଥିବେ । ତାଙ୍କ ଚିତ୍କାର ପାଖ ପଡୋଶୀ ଲୋକଙ୍କୁ ଶୁଣାଗଲା ନାହିଁ କେମିତି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ଘଟଣାକୁ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories