www.samajalive.in
Friday, December 12, 2025
14.1 C
Bhubaneswar

ଜିସାଟ-୨୯ ଉପଗ୍ରହର ସଫଳ ଉତକ୍ଷେପଣ

ଚେନ୍ନଇ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ବୁଧବାର ତାମିଲନାଡୁର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଯୋଗାଯୋଗ ଉପଗ୍ରହ ଜିସାଟ-୨୯ର ସଫଳତାର ସହ ଉତକ୍ଷେପଣ କରାଯାଇଛି।
ଧ୍ରୁବିୟ ଉପଗ୍ରହ ଉତକ୍ଷେପଣ ଯାନ (ଜିଏସ୍‍ଏଲ୍‍ଭି) ମାର୍କ- ୩ଡି-୨ରେ ଜିସାଟ ଉପଗ୍ରହକୁ ମହକାଶର କକ୍ଷ ପଥରେ ଅବସ୍ଥାପିତ କରାଯାଇଛି। ଏହାର ଓଜନ ପାଖାପାଖି ୪ଟନ୍‍ ରହିଛି। ଏହା ୧୦ ବର୍ଷ ପାଇଁ କାର୍ଯ୍ୟକ୍ଷମ ରହିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରକାଶଯୋଗ୍ୟ ଯେ ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ‘ଗଜ’ ପ୍ରଭାବରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ବୁଧବାରଠାରୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‍ଡ଼ି) ପୂର୍ବାନୁମାନ କରିଥିଲା। ତେଣୁ ଜିସାଟ-୨୯ ଉପଗ୍ରହ ଉତକ୍ଷେପଣକୁ ବାତିଲ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ବୁଧବାର ଭଲ ପାଣିପାଗକୁ ଦେଖି ଜିସାଟ-୨୯ ଉତକ୍ଷେପଣ କରାଯାଇଥିଲା। ଉତକ୍ଷେପଣର ୧୬ ମିନିଟ୍‍ ମଧ୍ୟରେ ପୃଥିବୀଠାରୁ ୩୬ ହଜାର କିଲୋମିଟର ଦୂର ମହାକାଶର କକ୍ଷ ପଥରେ ଏହାକୁ ଅବସ୍ଥାପିତ କରାଯାଇଥିଲା। ଏହି ଉପଗ୍ରହ ଦ୍ୱାରା ବିଶ୍ୱରେ ଭାରତର ପ୍ରଭାବ ବଢିବ ଓ ଭବିଷ୍ୟତରେ ଅତ୍ୟାଧୁନିକ ଉପଗ୍ରହ ପଠାଇବାରେ ସହାୟକ ହେବ ବୋଲି ବୈଜ୍ଞାନିକମାନେ ଆଶା ବ୍ୟକ୍ତ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories