www.samajalive.in
Monday, December 15, 2025
15.1 C
Bhubaneswar

ମଧୁମେହ ଲାଗି ସଂଯମ ଜୀବନଶୈଳୀ

୧୯୯୧ ମସିହାରୁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖ ସମଗ୍ର ବିଶ୍ୱରେ ମଧୁମେହ ଦିବସ ଭାବେ ପାଳନ କରାଯାଇଆସୁଛି। ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଲା ମଧୁମେହ ରୋଗ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଚଳିତବର୍ଷ ବିଶ୍ୱ ମଧୁମେହ ଦିବସର ବାର୍ତ୍ତା ହେଉଛି ମଧୁମେହ ବିଷୟରେ ଜାଣିବା ଏବଂ ପ୍ରତିରୋଧ କରିବା। ମଧୁମେହ ରୋଗ କିଛି ବର୍ଷ ତଳେ ଅଜଣା ଅଶୁଣା ଥିଲା। ଆଜିକାଲି କିନ୍ତୁ ଏହା କାୟାବିସ୍ତାର କରିଚାଲିଛି। ବିଶ୍ୱରେ ମଧୁମେହ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫ ନିୟୁତରେ ପହଞ୍ଚିଥିବାବେଳେ ୨୦୪୦ ସୁଦ୍ଧା ଏହା ୬୪୦ ନିୟୁତରେ ପହଞ୍ଚିବ ବୋଲି ଆକଳନ କରାଗଲାଣି। ଏମାନଙ୍କ ଭିତରେ ୩୧୬ ନିୟୁତ ଲୋକ ଭୟଙ୍କର ବା ଟାଇପ-୨ ମଧୁମେହରେ ଆକ୍ରାନ୍ତ। ୨୦୨୦ ସୁଦ୍ଧା ବିଶ୍ୱର ସର୍ବାଧିକ ମଧୁମେହ ରୋଗୀ ଭାରତରେ ଥିବେ ବୋଲି କୁହାଗଲାଣି। ମଧୁମେହ କେବଳ ବ୍ଲଡ଼ ସୁଗାର ଭିତରେ ସୀମିତ ନୁହେଁ ଏଥିଯୋଗୁଁ ଶରୀରର ପ୍ରାୟ ସବୁ ଅଙ୍ଗପ୍ରତ୍ୟଙ୍ଗ ହୃଦ୍‍ରୋଗ, କିଡ଼ନୀ, ଚକ୍ଷୁ, ପାଦ ଆଦି ପ୍ରଭାବିତ ହେଉଛି। ଓଡ଼ିଶାରେ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଏହି ରୋଗରେ ଆକ୍ରାନ୍ତ। ସରକାର ଏବେ ମଧୁମେହର ଚିକିତ୍ସା ଲାଗି ବିଶେଷ ବ୍ୟବସ୍ଥା କରୁଛନ୍ତି। ରାଜ୍ୟର ୨୦ଟି ଜିଲାରେ ନ୍ୟାସନାଲ ପ୍ରୋଗ୍ରାମ ଫର ପ୍ରିଭେନସନ ଆଣ୍ଡ କଣ୍ଟ୍ରୋଲ ଅଫ୍‍ କ୍ୟାନସର ଡାଇବେଟିସ, ସିଭିଡି ଏବଂ ଷ୍ଟ୍ରୋକ୍ସ କାର୍ଯ୍ୟକ୍ରମ ଜରିଆରେ ଚିକିତ୍ସା ସେବା ମାଗଣାରେ ଯୋଗାଇବାର ବ୍ୟବସ୍ଥା ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ୨.୩୪ ଲକ୍ଷ ମଧୁମେହ ରୋଗୀ ଠାବ କରାଯାଇ ଚିକିତ୍ସା ପାଇଁ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି। ସେମାନଙ୍କ ଭିତରୁ ଇତିମଧ୍ୟରେ ୨.୮୬ ଲକ୍ଷ ଡାଇବେଟିସରେ ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ସେମାନଙ୍କୁ ନିୟମିତ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଆଜିକାଲି ଫାଷ୍ଟଫୁଡ, ଜଙ୍କଫୁଡ, ଶ୍ୱେତସାର ତଥା ତୈଳଯୁକ୍ତ ଖାଦ୍ୟ ଯୋଗୁଁ ମଧୁମେହ ବ୍ୟାପୁଛି। ଆଧୁନିକ ଜୀବନଶୈଳୀରେ ଛୋଟଠୁ ବଡ଼ ସମସ୍ତେ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଏଥିଲାଗି ନିୟମିତ ପରୀକ୍ଷା କରିବା ଦରକାର ଯାହା ଗ୍ରାମାଞ୍ଚଳ ଲୋକଙ୍କ ପକ୍ଷରେ ସମ୍ଭବ ନୁହେଁ। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିବିଶେଷ ପାଦ, ଚକ୍ଷୁ, ଦାନ୍ତ ଓ ଦାନ୍ତମାଢ଼ିର ସମସ୍ୟାକୁ ଅଣଦେଖା କରିବା ଉଚିତ ନୁହେଁ। ଶାରୀରିକ ବ୍ୟାୟାମ ସାଙ୍ଗକୁ ନିୟନ୍ତ୍ରିତ ଆହାର ଏବଂ ସଂଯମ ଜୀବନଚର୍ଯ୍ୟା ଦ୍ୱାରା ଜଣେ ରକ୍ତ ଶର୍କରା ଉପରେ ନିୟନ୍ତ୍ରଣ ଜାରି କରିପାରିବ।

ଡାକ୍ତର ଜୟନ୍ତ କୁମାର ପଣ୍ଡା
ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ଭେଷଜ ବିଭାଗ, ଶହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲ, କୋରାପୁଟ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories