www.samajalive.in
Sunday, December 14, 2025
19.1 C
Bhubaneswar

ପୁରୁଣା ତିଗିରିଆରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର, ୨୦୫ ୟୁନିଟ୍ ରକ୍ତ ସଂଗ୍ରହ

ତିଗିରିଆ :  ପୁରୁଣା ତିଗିରିଆ ପଞ୍ଚାୟତ  ବିଜୁ ମହିଳା, ଯୁବ, ଓ ଛାତ୍ର ଜନତାଦଳ ଆନୁକୂଲ୍ୟରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ସହଭାଗିତାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି।  ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ଯୁବନେତା ଆଦିତ୍ୟ ପ୍ରସାଦ ସ୍ଵାଇଁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଶିବିରରେ ସମୁଦାୟ ୨୦୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି।
କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଉପାଧ୍ୟକ୍ଷ ମାନସ କୁମାର ସାହୁ, ଜିଲା ପରିଷଦ ସଭ୍ୟ ସଞ୍ଜୟ କୁମାର ମଲ୍ଲିକ, ସସ୍ମିତା ରାଉତ, ସରପଞ୍ଚ ପ୍ରତାପ ଜେନା, ସମବାୟବୀତ ସୁରେଶ ସାହୁ, ବିଜୁ ଜନତା ଦଳ  ବ୍ଲକ ସଭାପତି ଅଜିତ ଧିର, ମହିଳା ମୋର୍ଚ୍ଚା ସଭାପତି ରୂପା ଦଳେଇ, ମିଶନ ଶକ୍ତି ସଭାପତି ସମସୁରା ବେଗମ, ଆଠଗଡ଼ ଆତ୍ମା ଅଧକ୍ଷ ରବିନ୍ଦ୍ର ରାଉତ, ତିଗିରିଆ ଆତ୍ମା ଅଧକ୍ଷ ହରେନ୍ଦ୍ର ଦଳେଇ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗୌରହରି ପରିଡା, ପୂର୍ବତନ ସରପଞ୍ଚ ପ୍ରମୋଦ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲା ବେଳେ ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶିବିର ପରିଦର୍ଶନ କରି ରକ୍ତଦାତା ଏବଂ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ  ହିମାଂଶୁ ଶେଖର ସ୍ୱାଇଁ, ପ୍ରିତିରଞ୍ଜନ ବେହେରା, ଆକାଶ ବେହେରା, ବିକାଶ ଦୁଆରି, ସମୀର ରାଉତ, ଦୁଷ୍ମନ୍ତ ବେହେରା ମହମ୍ମଦ ମୁଜିବୁଲ, ଶୁଭେନ୍ଦୁ ସାହୁ ମିତାରାଣୀ ସାମଲ, ବିଶ୍ୱପ୍ରିୟା ନାୟକ ଓ ଜ୍ୟୋତିର୍ମୟୀ ରଣା ଏବଂ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଉକ୍ତ ରକ୍ତଦାନ ଶିବିରରେ ଉପସ୍ଥିତ ରହି ସହଯୋଗ କରିଥିଲେ । କେନ୍ଦ୍ରୀୟ ରେଡକ୍ରସ ୟୁନିଟ କଟକର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନେ ଶିବିରରେ ରକ୍ତ ସଂଗ୍ରହ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ସ୍ଥାନୀୟ  ବିଦ୍ୟାଳୟ ପରିସରରେ ମଧ୍ୟ ଚାରା ରୋପଣ  କରାଯଇଥିଲା।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories