www.samajalive.in
Sunday, December 7, 2025
13.1 C
Bhubaneswar

ଜିଲାରୁ ୧୦ ଥାନାଧିକାରୀ ଓ ଜଣେ ଫାଣ୍ଡି ଅଧିକାରୀଙ୍କୁ ରେଞ୍ଜ ବଦଳି

କେନ୍ଦୁଝରଗଡ଼: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୁଲିସ ଅଧିକାରୀସ୍ତରରେ ବ୍ୟାପକ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ କେନ୍ଦୁଝର ଜିଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ୧୦ ଥାନା ଅଧିକାରୀ ଓ ଜଣେ ଫାଣ୍ଡି ଅଧିକାରୀଙ୍କୁ ପଶ୍ଚିମାଞ୍ଚଳ ଡିଆଇଜି ରାଉରକେଲାଙ୍କ ପକ୍ଷରୁ ରେଞ୍ଜ ବଦଳି ଆଦେଶ ହୋଇଛି। ଜୁନ ୨୭ ତାରିଖ ରେଞ୍ଜ ବଦଳି ଆଦେଶରେ ଜଇନ୍ସପେକ୍ଟର ରାଜେନ୍ଦ୍ର ସ୍ୱାଇଁ, ଚମ୍ପୁଆ ଥାନା ଅଧିକାରୀ ଗଗନବିହାରୀ ନାଏକ ଓ ତେଲକୋଇ ଥାନା ଅଧିକାରୀ ସାଇପ୍ରଭା ରାଉତଙ୍କୁ ରାଉରକେଲାକୁ ବଦଳି ଆଦେଶ ହୋଇଥିବା ବେଳେ ପାଟଣା ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ଓ ପଣ୍ଡାପଡ଼ା ଥାନା ଅଧିକାରୀ ସୁସ୍ମିତା ଦେବତାଙ୍କୁ ସୁନ୍ଦରଗଡ଼ ଜିଲାକୁ ବଦଳି ଆଦେଶ ହୋଇଛି। ଚଳିତମାସ ୪ ତାରିଖ ପ୍ରକାଶିତ ରେଞ୍ଜ ବଦଳି ଆଦେଶରେ ବାରିଆ ଥାନା ଅଧିକାରୀ ଇନ୍ସପେକ୍ଟର ବନ୍ଦନା ପାତ୍ର ଓ ବିଦ୍ୟୁତ୍‌‌ ଥାନା ଅଧିକାରୀ ସଂଯୁକ୍ତା ସାହୁ, ସୋସୋ ଥାନା ଅଧିକାରୀ ସବ୍‌‌ଇନ୍ସପେକ୍ଟର ଅନୀଲ କୁମାର ସାମଲ, ଘସିପୁରା ଥାନା ଅଧିକାରୀ ବିକ୍ରମ କୁମାର ଭୂୟାଁ ଓ ପଳାଶପଙ୍ଗା ଫାଣ୍ଡି ଅଧିକାରୀ ମହେନ୍ଦ୍ର ସାହୁଙ୍କୁ ସୁନ୍ଦରଗଡ଼ ଜିଲା ଏବଂ ନୟାକୋଟ ଥାନା ଅଧିକାରୀ ଇନ୍ସପେକ୍ଟର ସ୍ୱର୍ଣ୍ଣମଣି ହେମ୍ବ୍ରମ୍‌‌ ଓ ଘଟଗାଁ ଥାନା ଅଧିକାରୀ ପ୍ରତିଭା ମଞ୍ଜରୀ ସ୍ୱାଇଁଙ୍କୁ ରାଉରକେଲାକୁ ବଦଳି ଆଦେଶ ହୋଇଛି। ଏତଦ୍‌‌ବ୍ୟତୀତ ନନ୍ଦିପଦା ଥାନା ଅଧିକାରୀ ଗଗନ ବିଶ୍ୱାଳ ଓ ସଦର ଥାନା ଅଧିକାରୀ ସୁଶାନ୍ତ ଦାଶଙ୍କୁ ଡିଏସ୍‌‌ପିକୁ ପଦୋନ୍ନତି ମିଳିଥିବାରୁ ଏହି ଦୁଇ ଥାନା ଅଧିକାରୀ ପଦ ମଧ୍ୟ ଖାଲି ପଡ଼ିବାକୁ ଯାଉଛି।

ସେହିଭଳି ଜୁନ ୨୭ ତାରିଖ ବଦଳି ଆଦେଶରେ ସୁନ୍ଦରଗଡ଼ ଜିଲାରୁ ୨ଜଣ ଓ ରାଉରକେଲାରୁ ୫ଜଣଙ୍କୁ ମିଶାଇ ୭ଜଣ ଇନ୍ସପେକ୍ଟରଙ୍କୁ କେନ୍ଦୁଝର ଜିଲାକୁ ବଦଳି ଆଦେଶ ହୋଇଥିବା ବେଳେ ଜୁଲାଇ ୪ତାରିଖ ବଦଳି ଆଦେଶରେ ସୁନ୍ଦରଗଡ଼ ଜିଲାରୁ ୩ଜଣ ଓ ରାଉରକେଲାରୁ ୪ଜଣ ଇନ୍ସପେକ୍ଟରଙ୍କୁ ମିଶାଇ ୭ଜଣ ଇନ୍ସପେକ୍ଟରଙ୍କ କେନ୍ଦୁଝର ଜିଲାକୁ ବଦଳି ଆଦେଶ ହୋଇଛି। ଏତଦ୍‌‌ବ୍ୟତୀତ ଜିଲାର ବିଭିନ୍ନ ଥାନାରେ ୫ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କାର୍ଯ୍ୟରତ କେତେକ ପୁଲିସ ଅଧିକାରୀଙ୍କ ମଧ୍ୟ ରେଞ୍ଜ ବାହାରକୁ ବଦଳି ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories