ଭୁବନେଶ୍ବର: ମହର୍ଷି କଲେଜରେ ୨ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଛାତ୍ର ଗୁରୁତର ହୋଇଛି। ଗୁରୁତର ଛାତ୍ରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ପୁରୁଣା ବିବାଦକୁ ନେଇ କଲେଜ ପରିସରରେ ଗଣ୍ଡଗୋଳ ଘଟିଥିଲା। ୨ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଓ କଥା କଟାକଟି ହୋଇଥିଲା। ଏହାପରେ ଏହା ଗଣ୍ଡଗୋଳର ରୂପ ଧାରଣ କରିଥିଲେ। ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଜଣେ ଛାତ୍ର ଗୁରୁତର ହୋଇଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ସହିଦନଗର ଥାନା ପୁଲିସ କଲେଜ ପରିସରରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି।



