www.samajalive.in
Monday, December 15, 2025
27.1 C
Bhubaneswar

ବିଫଳତା ହିଁ ସଫଳତା ଆଣିଦେଇଥିଲା

ବିଶାଖାପାଟଣାମ୍‌ : ୨୦୦୧ ମସିହା କେବିସିରେ ମାତ୍ର ୧୪ ବର୍ଷ ବୟସରେ ଷ୍ଟାରପ୍ଲସ୍‌ର ହଟ ସିଟ୍‌ ‘କୌନ ବନେଗା କରୋଡ଼ପତି’ରେ ଭାଗ ନେଇ ସମସ୍ତ ୧୫ ପ୍ରଶ୍ନର ଉତ୍ତର ସଠିକ୍‌ ଭାବେ ଦେଇ ସେ ଚହଳ ସୃଷ୍ଟି କରିଥିଲେ। ଏଥିରେ  ଏକ କୋଟି ଟଙ୍କା ଜିତି ସମସ୍ତଙ୍କୁ ଚମକାଇ ଦେଇଥିଲେ । କୋଟିପତି ହେବାର ଇଚ୍ଛା ପୂରଣ କରିବାକୁ ସେ ଏଠାକୁ ଆସିଥିଲେ ବୋଲି ସେ ସମୟରେ କହିଥିଲେ। ସେଇ ସମୟରେ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନ ତାଙ୍କର ଖୁବ୍‌ ପ୍ରଶଂସା କରିଥିଲେ। ସମସ୍ତେ ତାଙ୍କୁ କେବିସି ଜୁନିୟର ଭାବେ ଜାଣନ୍ତି। ସେଇ ଚର୍ଚ୍ଚିତ ବ୍ୟକ୍ତି ଜଣକ ହେଲେ ରବି ମୋହନ ସାଇନି। ଜୟପୁର(ରାଜସ୍ଥାନ)ର ମହାତ୍ମାଗାନ୍ଧୀ ମେଡ଼ିକାଲ କଲେଜରୁ ସଫଳତାର ସହିତ ଡାକ୍ତରୀ ଡିଗ୍ରୀ ହାସଲ କରିଛନ୍ତି। ୨୦୧୨ରେ ଡାକ୍ତରୀ ଶିକ୍ଷା ସମାପ୍ତ ପରେ ସେ ୟୁପିଏସ୍‌ସି ପରୀକ୍ଷା ଦେଇଥିଲେ। ବିଫଳତାର ସ୍ବାଦ ଚାଖିବା ପରେ ସଫଳତା ପାଇଥିଲେ। ମାତ୍ର ୨୨ ବର୍ଷରେ ଭାରତର ସବୁଠାରୁ କଷ୍ଟକର ପରୀକ୍ଷା ଦେଇ ୟୁପିଏସ୍‌ସି ଦ୍ବାରା ପରିଚାଳିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଏଥିରେ ସେ ୪୬୧ ରାଙ୍କ ରଖିଥିଲେ। ଯେତେବେଳେ ସେ ପୋରବନ୍ଦରର ଆରକ୍ଷୀ ଅଧିକ୍ଷକ (ଏସ୍‌ପି) ଭାବେ ନିଯୁକ୍ତି ପାଇଥିଲେ, ସେ ସମୟରେ ସମସ୍ତ ଜାତୀୟ ଗଣମାଧ୍ୟମରେ ବେଶ୍‌ ଚହଳ ସୃଷ୍ଟି କରିଥିଲେ। ଅନେକ ଯୁବପିଢ଼ି ତାଙ୍କୁ ତାଙ୍କର ଆଦର୍ଶ ବୋଲି ମାନନ୍ତି। ସୂଚନା ଅନୁସାରେ, ସେ ୟୁପିଏସ୍‌ସିର ମୁଖ୍ୟ ପରୀକ୍ଷାରେ ବି ପ୍ରଥମ ଥରରେ ବିଫଳ ହୋଇଥିଲେ। ତଥାପି ହାର ମାନି ନ ଥିଲେ କି ଭାଙ୍ଗି ପଡ଼ି ନ ଥିଲେ। ହେଲେ ବିଫଳତାରୁ ଅନେକ କିଛି ଶିଖିଥିଲେ ଆଉ ପରବର୍ତ୍ତୀ ସମୟରେ ସଫଳ ହୋଇଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories