www.samajalive.in
Friday, December 12, 2025
17.1 C
Bhubaneswar

କର୍ମୀ ସମ୍ମିଳନୀରେ ହଟହଟା ହେଲେ ପରଜଙ୍ଗ ବିଧାୟକ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡାହାଡ଼ ବ୍ଲକ କଣ୍ଟାପାଳରେ କର୍ମୀ ସମ୍ମିଳନୀକୁ ଯାଇ ହଟହଟା ହେଲେ ବିଧାୟକ ନୃସିଂହ ଚରଣ ସାହୁ। ସାଥିରେ ଥିଲେ ନୂତନ ପର୍ଯ୍ୟବେକ୍ଷକ ଦାୟିତ୍ୱ ପାଇଥିବା ଆଶିଷ ଚକ୍ରବର୍ତ୍ତୀ। ଚାଷ ଜମିକୁ ଜଳସେଚନ ସମସ୍ୟା ନେଇ ଉଭୟଙ୍କୁ ଘେରିଲେ ପଂଚାୟତର ଚାଷୀ।

ସୂଚନା ମୁତାବକ, ଆଜି ପର୍ଯ୍ୟବେକ୍ଷକ ଆଶିଷ ଚକ୍ରବର୍ତ୍ତୀ ଓ ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ପ୍ରଥମେ ପରଜଙ୍ଗ ପାଣି ପଂଚାୟତଠାରେ କର୍ମୀ ସମ୍ମିଳନୀ କରିଥିବା ବେଳେ, ଅପରାହ୍ନରେ କଙ୍କଡାହାଡ଼ ବ୍ଲକର କଣ୍ଟାପାଳ କଲ୍ୟାଣ ମଣ୍ଡପଠାରେ କର୍ମୀ ସମ୍ମିଳନୀ ପାଇଁ ଯାଇଥିଲେ। ସେଠାରେ ଉଭୟଙ୍କୁ ପଂଚାୟତର ଚାଷୀମାନେ ତୀବ୍ର ବିରୋଧ କରିଥିବା ଦେଖିବାକୁ ମିଳିଥିଲା। ଚାଷୀଙ୍କ ଜମିକୁ ବର୍ଷା ଦିନରେ କେନାଲରେ ପାଣି ନ ଆସିବାରୁ ଏକର ଏକର ଜମି ପଡ଼ିଆ ପଡ଼ୁଛି। ଚାଷୀମାନଙ୍କ କହିବା ମୁତାବକ, ଅନେକ ଥର କେନାଲରେ ପାଣି ନ ଆସିବାରୁ ଅଭିଯୋଗ କରିଥିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି ବିଧାୟକ ନୃସିଂହ ଚରଣ ସାହୁ ବୋଲି କହିଛନ୍ତି ଚାଷୀମାନେ। ଯଦି ଆଗାମୀ ଦିନରେ ଚାଷୀମାନଙ୍କ ସମସ୍ୟାର ସମାଧାନ ନ ହୁଏ ତାହାଲେ କଣ୍ଟାପାଳ ପଞ୍ଚାୟତରେ ସଂଗଠନ କରାଇଦେବୁ ନାହିଁ ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories