ଫେରିଲେ ଚନ୍ଦକା ହାତୀପଲ୍ଲ, ବଢିଲା ଚାଷୀଙ୍କ ଚିନ୍ତା
ଆଠଗଡ : ଆଠଗଡ ବନାଞ୍ଚଳକୁ ପ୍ରାୟ ୨ମାସ ବ୍ୟବଧାନରେ ଚନ୍ଦକାରୁ ହାତୀପଲ୍ଲ ଫେରିଛନ୍ତି । ରବିବାର ରାତିରେ ମହାନଦୀ ପାର ହୋଇ ସାନ ଓ ବଡ ହାତୀଙ୍କୁ ମିଶାଇ ପ୍ରାୟ ୧୮ଘର ହାତୀ ଆସି ସୁକାଶନ ସଂରକ୍ଷିତ ଜଙ୍ଗଲରେ ରହିଥିଲେ। ସୋମବାର ସନ୍ଧ୍ୟାରେ ତାଙ୍କର ନିୟମିତ ଚଲାପଥ ଆଠଗଡ-ମୁଣ୍ଡଳି ରାସ୍ତାର ଡାଳଖାଇ ଠାକୁରାଣୀଙ୍କ ନିକଟରେ ରାସ୍ତା ପାର ହୋଇ ଏହି ହାତୀପଲ୍ଲ ଖଳଖଳା ଆଡକୁ ମୁହାଁଇଥିବା ଆଠଗଡ ରେଞ୍ଜର ରବିନ୍ଦ୍ର କୁମାର ନାୟକଙ୍କ ସୁତ୍ରରୁ ପ୍ରକାଶଗ। ଏବେ ବର୍ଷାଦିନିଆ ପନିପରିବା ଫସଲ ସାଙ୍ଗକୁ ଧାନତଳି ରୁଆ ଚାଲିଥିବାବେଳେ ହାତୀ ସେଗୁଡିକୁ ଖାଇ, ଦଳିଚକଟି ନଷ୍ଟ କରିବା ଆଶଙ୍କାରେ ଚାଷୀଙ୍କ ଚିନ୍ତା ଘାରିଲାଣି। ବନବିଭାଗ ପକ୍ଷରୁ ହାତୀମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯିବା ସହ ଚାଷୀଙ୍କ ଫସଲ କିପରି ରକ୍ଷା କରାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।
Comments are closed.