ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କ ନିଳାଦ୍ରୀ ବିଜେ
ଆଠଗଡ : ଆଠଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କର ନିଳାଦ୍ରୀ ବିଜେ ସହିତ ନବଦିନାତ୍ମକ ଘୋଷଯାତ୍ରା ରବିବାର ସଂପନ୍ନ ହୋଇଛି । ରବିବାର ପୂର୍ବାହ୍ନରେ ରଥ ଉପରେ ଶ୍ରୀ ଜୀଉଙ୍କର ପାରମ୍ପରିକ ପୂଜାର୍ଚ୍ଚନା ଓ ଆଳତୀ ପରେ ଗୋଟି ପହଣ୍ଡିରେ ମନ୍ଦିରକୁ ବିଜେ କରିବା ସମୟରେ ମହାଲକ୍ଷ୍ମୀ ଦୁଆର ବନ୍ଦ କରି ବାଟ ଓଗାଳିଥିଲେ । ମହାଲକ୍ଷ୍ମୀଙ୍କୁ ସାଥିରେ ନନେଇ ଭାଇ ଭଉଣୀଙ୍କୁ ଧରି ଘୋଷଯାତ୍ରାରେ ଯାଇଥିବାରୁ ମହାଲକ୍ଷ୍ମୀ ରାଗ, ରୁଷା ଓ ଅଭିମାନ କରି ମନ୍ଦିରକୁ ବାହୁଡିବା ବେଳେ କବାଟ କିଳି ଶ୍ରୀ ଜଗନ୍ନାଥଙ୍କୁ ପ୍ରବେଶ କରାଇଦେଇ ନଥିଲେ। ତେବେ ପରମ୍ପରା ଅନୁଯାୟୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମା’ ମହାଲକ୍ଷ୍ମୀଙ୍କୁ ରସଗୋଲା ଭୋଗ ଖୁଆଇ ମାନଭଞ୍ଜନ କରିବା ପରେ ମହାଲକ୍ଷ୍ମୀ ଶାନ୍ତ ହେବ ସହ ଦ୍ୱାର ଉନ୍ମୁକ୍ତ କରିବା ପରେ ଶ୍ରୀ ଜଗନ୍ନାଥଙ୍କୁ ରତ୍ନ ସିଂହାସନରେ ବିଜେ କରାଯାଇଥିଲା । ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ଶ୍ରୀ ଜୀଉଙ୍କର ସମସ୍ତ ନୀତିକାନ୍ତି ସଂପନ୍ନ କରିଥିବାବେଳେ ତାଙ୍କୁ ଏଥିରେ ବଡପଣ୍ଡା ଶରତ କୁମାର ପଣ୍ଡା, ସୁଶାନ୍ତ କୁମାର ପଣ୍ଡା ଓ ଅନ୍ୟ ସେବାୟତ ସହଯୋଗ କରିଥିଲେ। ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।
Comments are closed.