www.samajalive.in
Sunday, December 14, 2025
18.1 C
Bhubaneswar

ଡାଏମଣ୍ଡ ଲିଗ୍‌ରେ ନୀରଜଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଦେଶର ସୁନା ପୁଅ ନୀରଜ ଚୋପ୍ରା ଆଉ ଏକ ଇତିହାସ ରଚିଛନ୍ତି। ନୀରଜ ଲାଓସାନେ ଡାଏମଣ୍ଡ ଲିଗ୍‌ ଜିତିବା​‌େ​‌ର ସଫଳ ହୋଇଛନ୍ତି। ନୀରଜ ୮୭.୬୭ ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ନୀରଜଙ୍କ ଚଳିତ ବର୍ଷ ଏହା ଦ୍ବିତୀୟ ଓ ମୋଟ ଉପରେ ୮ମ ସ୍ବର୍ଣ୍ଣ ପଦକ। ନୀରଜ ଗତ ମେ ରେ ଦୋହାରେ ଆୟୋଜିତ ହୀରାଖଣ୍ଡ ଲିଗ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ମାଂସପେଶୀରେ ଆଘାତ ଲାଗି ଏକମାସ ଧରି ଅଭ୍ୟାସରୁ ଦୂରେଇ ରହିବା ପରେ ଟୋକିଓ ଅଲିମ୍ପିକ୍‌ସ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଲାଓସାନେ ଡାଏମଣ୍ଡ ଲିଗ୍‌ରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ୨୫ ବର୍ଷୀୟ ନୀରଜ ପଞ୍ଚମ ପ୍ରୟାସରେ ୮୭.୬୬ ମିଟର ଥ୍ରୋ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନୀରଜ ଫାଉଲରୁ ଅଭିଯାନ ଆରମ୍ଭ କରିଥିଲେ। ଦ୍ବିତୀୟ ରାଉଣ୍ଡରେ ନୀରଜ ୮୩.୫୨ ମିଟର ଥ୍ରୋ କରିଥିଲେ। ତୃତୀୟ ରାଉଣ୍ଡରେ ୮୫.୦୨ ମିଟର ଥ୍ରୋ କରିଥିବାବେଳେ ୪ର୍ଥ ରାଉଣ୍ଡରେ ପୁନର୍ବାର ଫାଉଲର ଶିକାର ହୋଇଥିଲେ। ୫ମ ପ୍ରୟାସରେ ୮୭.୬୬ ମିଟର ଓ ଫାଇନାଲ ପ୍ରୟାସରେ ୮୪.୧୫ ମିଟର ଥ୍ରୋ କରିଥିଲେ। ଏଥିରେ ଜର୍ମାନୀର ଜୁଲିଆନ ୱେବର ୮୭.୦୩ ମିଟର ଥ୍ରୋ କରି ଦ୍ବିତୀୟ ସ୍ଥାନ ସହ ରୌପ୍ୟ ଓ ଚେକ୍‌ ଗଣରାଜ୍ୟର ଜାକ୍ୟୁବ ଭାଡଲେଚେ ୮୬.୧୩ ମିଟର ଥ୍ରୋ କରି ୩ୟ ସ୍ଥାନ ସହ କାଂସ୍ୟ ପଦକ ଜିତିଥିଲେ। ନୀରଜ ୨୦୨୨ ଅଗଷ୍ଟରେ ଲାଓସାନେ ଡାଏମଣ୍ଡ ଲିଗ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଯାହା ଡାଏମଣ୍ଡ ଲିଗ୍‌ରେ ପ୍ରଥମ ସ୍ବର୍ଣ୍ଣ ରହିଥିଲା। ଚଳିତ ୨୦୨୩ ମେ ୧୫ରେ ଦୋହା ଡାଏମଣ୍ଡ ଲିଗ୍‌ରେ ନୀରଜ ୮୮.୬୭ ମିଟର ଥ୍ରୋ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାଛଡ଼ା ନୀରଜ ୨୦୨୦ ଟୋକିଓ ଅଲିମ୍ପିକ୍‌ସ, ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ା, ଗୋଲକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା,୨୦୧୭ ଭୁବନେଶ୍ବର ଦକ୍ଷୀଣ ଏସୀୟ କ୍ରୀଡ଼ା, ୨୦୧୬ କନିଷ୍ଠ ଏସିଆନ ଦୌଡ଼କୁଦ ପ୍ରତିଯୋଗିତା ଓ ବିଶ୍ବ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନୀରଜଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୯.୯୪ ମିଟର ରହିଛି। ଏହି ସଫଳତା ଲାଗି ନୀରଜଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ତୁମ ପ୍ରତିଭା,ନିଷ୍ଠା, ଉତ୍ସର୍ଗିକୃତ ମନୋଭାବ ତୁମକୁ ଗୋଟିଏ ପରେ ଗୋଟିଏ ସଫଳତା ଆଣି ଦେଉଛି ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories