www.samajalive.in
Friday, December 12, 2025
14.1 C
Bhubaneswar

ପାକିସ୍ତାନ କାରାଗାରରେ ୩୦୮ ଭାରତୀୟ, ୪୨ ସାଧାରଣ ନାଗରିକ

ଇସଲାମାବାଦ୍‌: ପାକିସ୍ତାନର ବିଭିନ୍ନ କାରାଗାରରେ ୩୦୮ଜଣ ଭାରତୀୟ ବନ୍ଦୀ ଜୀବନ ବିତାଉଛନ୍ତି। ଶନିବାର ପାକିସ୍ତାନ ସରକାରଙ୍କ ତରଫରୁ ସେଠାରେ ଥିବା ଭାରତୀୟ ଦୂତାବାସକୁ ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି। ଏହି ବନ୍ଦୀଙ୍କ ମଧ୍ୟରୁ ୪୨ଜଣ ସାଧାରଣ ନାଗରିକ ହୋଇଥିବା ବେଳେ ୨୬୬ଜଣ ମତ୍ସ୍ୟଜୀବୀ।

ଅନ୍ୟପକ୍ଷରେ ଭାରତ ସରକାରଙ୍କ ତରଫରୁ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସକୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ଭାରତୀୟ କାରାଗାରରେ ୪୧୭ଜଣ ପାକିସ୍ତାନୀ ବନ୍ଦୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩୪୩ଜଣ ସାଧାରଣ ନାଗରିକ ହୋଇଥିବା ବେଳେ ୭୪ଜଣ ମତ୍ସ୍ୟଜୀବୀ। ଭାରତର ବିଭିନ୍ନ କାରାଗାରରେ ସଜା ଶେଷ କରିଥିବା ବନ୍ଦୀଙ୍କୁ ମୁକ୍ତି ପାଇଁ ଇତିମଧ୍ୟରେ ପାକିସ୍ତାନ ସରକାରଙ୍କ ତରଫରୁ ନିବେଦନ କରାଯାଇଥିବା ଜଣାପଡ଼ିଛି। ସେହିପରି ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତୀୟ ବନ୍ଦୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ନୂଆଦିଲ୍ଲୀ ତରଫରୁ ଇସଲାମାବାଦ୍‌କୁ କୁହାଯାଇଛି। ଭାରତ ଓ ପାକିସ୍ତାନର ମତ୍ସ୍ୟଜୀବୀ ଭୁଲ୍ କ୍ରମେ ଅନ୍ୟ ଦେଶର ଜଳସୀମା ମଧ୍ୟକୁ ପ୍ରବେଶ କରି ଧରାପଡ଼ିବାର ଏକାଧିକ ନଜିର ରହିଛି।

- Advertisement -

ଭାରତ ସରକାରଙ୍କ ଉଦ୍ୟମକ୍ରମେ ୨୦୧୪ରୁ ବର୍ତ୍ତମାନ ଯାଏ ପାକିସ୍ତାନ କାରାଗାରରେ ବନ୍ଦୀ ଥିବା ୨୫୫୯ଜଣ ଭାରତୀୟ ମତ୍ସ୍ୟଜୀବୀ ଓ ୬୩ଜଣ ସାଧାରଣ ନାଗରିକ ମୁକ୍ତ ହୋଇଛନ୍ତି। ସୂଚନାଥାଉ କି ନିଜ ଦେଶରେ କେତେ ପ୍ରତିପକ୍ଷ ଦେଶର ବନ୍ଦୀ ରହିଛନ୍ତି ସେନେଇ ଭାରତ ଓ ପାକିସ୍ତାନ ପରସ୍ପରକୁ ସୂଚନା ଆଦାନ ପ୍ରଦାନ କରିବା ନିମନ୍ତେ ଏକ ଚୁକ୍ତିନାମା ସ୍ବାକ୍ଷରିତ କରିଛନ୍ତି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories