ଫୁଲବାଣୀ: ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବହୁତ ଦିନ ହେବ ଜଣେ ବୃଦ୍ଧା (ସୁମିତ୍ରା ବେହେରା) ଅସୁସ୍ଥତା କାରଣ ଯୋଗୁଁ ତାଙ୍କ ଉଦ୍ଧାର କରାଯାଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଗତକାଲି ରାତ୍ରରେ ତାଙ୍କର ଦେହାନ୍ତ ହୋଇଥିଲା। ପୋଲିସ ମୃତ ଶରୀରକୁ ଉଦ୍ଧାର କରି ଶବ ବ୍ୟବଚ୍ଚେଦ କରିବା ସହିତ ଏନେଇ ତାଙ୍କର ପରିବାରକୁ ଖବର ଦେଇଥିଲେ। ପରିବାର କହିଲେ ଦୁଇ ପୁଅ ଓ ଅନ୍ୟମାନେ ଅଛନ୍ତି। ପୁଲିସ୍ ଭୟରେ ଦୁଇ ପୁଅ ଶବକୁ ଗ୍ରହଣ କରିଥିଲେ ମଧ୍ୟ କିନ୍ତୁ ମୃତ ମାଁ ଙ୍କ ସବକୁ ଉଭୟ ପୁଅ ସବ ସତ୍କାର କରିବା ନିମନ୍ତେ ଅନିଚ୍ଛା ପ୍ରକାଶ କରିଥିଲେ। ଉଭୟ ଅରାଜି ହେବାରୁ ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ବିଶେଷ ଏଥିରେ ହସ୍ତକ୍ଷେପ କରି ଟିମ୍ ହ୍ୟୁମାନିଟି କନ୍ଧମାଳ କୁ ଲିଖିତ ଭାବେ ସହଯୋଗ ପାଇଁ ଆବେଦନ କରିଥିଲେ।
ଆବେଦନ ପ୍ରକାରେ ଟିମ୍ ସଦସ୍ୟ ସଦସ୍ୟା ଭି. ଲୋକନାଥ ରାଜୁ,ଭି. ଜଗନ୍ନାଥ ରାଜୁ,ରାଜୀବ ନେତ୍ର ପଟ୍ଟନାୟକ,ଅନୁପ ବିକ୍ରମ ପାତ୍ର,ସନ୍ତୋଷ କୁମାର ବାରିକ,ଏସ କେ ଅବଦୁଲ ସାକୀର, ଅକ୍ଷୟ କୁମାର ମହାପାତ୍ର ଏବଂ ରେଶମା ବେହେରା ପ୍ରମୁଖ ମିଳିତ ଭାବେ ଦାଇତ୍ୱ ନେଇ ମୃତ ବୃଦ୍ଧା ଙ୍କ ସବ ସତ୍କାର କରିବା ପାଇଁ ଆଗେଇ ଆସିଲେ। ଟିମ୍ ଦ୍ବାରା ସ୍ଥାନୀୟ ସ୍ମଶାନ ରେ ହିନ୍ଦୁ ରୀତିରେ ସମସ୍ତ କାର୍ୟ୍ୟ ସମ୍ପନ୍ନ କରାଯାଇଛି। ଟିମ୍ ର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସାଧୁବାଦ ଦେଇଛନ୍ତି। ସେହିଭଳି ଗତ ୨ ଦିନ ତଳେ ଗଜପତି ଜିଲାର ଜନୈକ ବ୍ୟକ୍ତି ଟିକାବାଲିରେ ରହୁୂଥିବା ବେଳେ ଗୁରୁୂତ୍ୱର ଯୋଗୁଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିବା ବେଳେ ପାଖରେ ନିଜ ସ୍ତ୍ରୀ ବ୍ୟତିତ ଆଉ କେହି ନଥିବା ବେଳେ ଏନେଇ ସ୍ୱାସ୍ଥ୍ୟ ବିଭାଗର କିଛି କର୍ମଚାରୀ ଏନେଇ ଟିମ୍ ହ୍ୟୁମାନିଟି କନ୍ଧମାଳକୁ ଅବଗତ କରିବା ପରେ ସଦସ୍ୟମାନେ ପହଞ୍ଚି ଶବ ସତ୍କାର କରିଥିଲେ।



