ଗୁରୁଡ଼ିଝାଟିଆ: ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ମହାନଦୀରେ ମଞ୍ଚେଶ୍ୱର ପାର୍ଶ୍ବରୁ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା କଂକ୍ରିଟ ସେତୁର ଅନୁଧ୍ୟାନ କରାଯାଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ କଂକ୍ରିଟ ସେତୁ ନିକଟରେ ପହଞ୍ଚି ଚୁଡାନ୍ତ ଅନୁଧ୍ୟାନ କରିଥିଲେ। ମଞ୍ଚେଶ୍ୱର ପାର୍ଶ୍ବରୁ ଧବଳେଶ୍ୱର ପୀଠ ପର୍ଯ୍ୟନ୍ତ ସେତୁକୁ ବିଭାଗୀୟ ଅଧିକାରୀଙ୍କ ସହିତ ପରଖି ଥିଲେ।
ପ୍ରକାଶଯୋଗ୍ୟ ୨୨କୋଟି ୨୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁର ଲମ୍ବ ହେଉଛି ୨୭୬ ମିଟର ହୋଇଥିବା ବେଳେ ପ୍ରସ୍ଥ ୬.୨ ମିଟର ଅଟେ। ଉଲ୍ଲେଖଯୋଗ୍ୟ ଗତକାଲି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସେତୁକୁ ଅନୁଧ୍ୟାନ କରିବା ସହିତ ବୁଧବାର ଖୋଲିବା ନିମନ୍ତେ ଗଣମାଧ୍ୟମକୁ ସୁଚନା ପ୍ରଦାନ କରିଥିଲେ।



