www.samajalive.in
Friday, December 12, 2025
16.1 C
Bhubaneswar

ଓଡ଼ିଶା ଏଫ୍‌ସିରେ ରାନାୱାଡେ, ଲିନେ

କଟକ: ଓଡ଼ିଶା ଭିତ୍ତିକ ଆଇଏସ୍‌ଏଲ କ୍ଲବ ଓଡ଼ିଶା ଏଫ୍‌ସି ଦଳରେ ନୂତନ ଖେଳାଳି ଭାବେ ଡିଫେଣ୍ଡର ଆମ୍‌ନେ ରାନାୱାଡେ ଓ ଲିନେ ରୋଡିଗ୍ବେଜଙ୍କୁ ସାମିଲ କରିଛି। ଆଗାମୀ ୨୦୨୩-୨୪ ଆଇଏସ୍‌ଏଲ ଋତୁ ଲାଗି ରାନାୱାଡେଙ୍କୁ ଋଣରେ ଏକ ବର୍ଷ ଲାଗି ଓଡ଼ିଶା ଏଫ୍‌ସି କ୍ଲବରେ ସାମିଲ କରିଛି। ରାନାୱାଡେ ଗତ ସଂସ୍କରଣରେ ମୁମ୍ବଇ ସିଟି ଏଫ୍‌ସିରୁ ଆଇଏସ୍‌ଏଲ ଖେଳିଥିଲେ। ରାନାଓାଡେ ଡିଏସ୍‌କେ ସିବାଜିଆନ କ୍ଲବ ପକ୍ଷରୁ ଖେଳ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ କଲକାତା ଫୁଟବଲ ଲିଗ୍‌(ସିଏଫ୍‌ଏଲ) କପ୍‌ରେ ୨୦୧୮-୧୯ରେ ଖେଳିଥିଲେ। ଏହା ପରେ ​‌େ​‌ସ ମୋହନବାଗାନ୍‌ ,ଏଫ୍‌ସି ଗୋଆ ଓ ବାଙ୍ଗାଲୋର ଏଫ୍‌ସି ପକ୍ଷରୁ ଖେଳିଥିଲେ। ରାନାୱାଡେ ୨୦୨୦-୨୧ ଆଇଏସ୍ଏଲରେ ମୁମ୍ବଇ ସିଟି ଏଫ୍‌ସି ପକ୍ଷରୁ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ସେ ଆଇଏସ୍‌ଏଲରେ ୨୦ଟି ମ୍ୟାଚ ଖେଳିଥିଲେ। ଏଏଫ୍‌ସି ଚମ୍ପିଆନ୍‌ସ ଲିଗରେ ମଧ୍ୟ ଖେଳିବାରେ ସଫଳ ହୋଇଛନ୍ତି। ସେହିପରି ମିଡ୍‌ଫିଲଡର ଲିନେ ରୋଡି​‌େ​‌ଗ୍ବଜଙ୍କୁ ଏକ ବର୍ଷ ପାଇଁ ଓଡ଼ିଶା ଏଫ୍‌ସି କ୍ଳବରେ ସାମିଲ କରିଛି। ​‌େ​‌ସ ମଧ୍ୟ ଏକାଧିକ କ୍ଳବ ପକ୍ଷରୁ ଖେଳିଛନ୍ତି। ଲିନେ ଚର୍ଚ୍ଚିଲ ବ୍ରଦର୍ସ, ବାଙ୍ଗାଲୋର ଏଫ୍‌ସି ଓ ମୋହନବାଗାନ୍‌ କ୍ଲବ ପକ୍ଷର ଖେଳିଛନ୍ତି। ରାନାୱାଡେ ଓ ଲିନେଙ୍କ ନିକଟରେ ରହିଥିବା ଦକ୍ଷତା ଓ ଅଭିଜ୍ଞତା ଦଳ ପାଇଁ ସହାୟକ ହେବ ବୋଲି ଓଡ଼ିଶା ଏଫ୍‌ସି କ୍ଲବ ପକ୍ଷରୁ ଆଶା କରାଯାଉଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories