www.samajalive.in
Saturday, December 6, 2025
14.1 C
Bhubaneswar

ସୁଯୋଗକୁ ଆହ୍ୱାନରେ ପରିଣତ କରିବାକୁ ଅର୍ଥ ସଚିବଙ୍କ ପରାମର୍ଶ

ଭୁବନେଶ୍ୱର: ଇଣ୍ଟନ୍ୟାଶନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ (ଆଇଏମଆଇ) ଭୁବନେଶ୍ୱର ପକ୍ଷରୁ ୨୦୨୩-୨୦୨୫ ବ୍ୟାଚ ପାଇଁ ଓରିଏଣ୍ଟେସନ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଅଧିବେଶନର ମୁଖ୍ୟ ଅତିଥି ଭାବେ ଓଡିଶାର ସରକାରଙ୍କ ମୁଖ୍ୟ ଅର୍ଥ ସଚିବ ବିଶାଲ କୁମାର ଦେବ ଯୋଗଦେଇଥିଲେ। ଏହି ଅବସରରେ ଅର୍ଥ ସଚିବ ବିଶାଲ କୁମାର ଦେବ ଛାତଛାତ୍ର୍ରୀମାନଙ୍କୁ ଓଡ଼ିଶାର ବିକାଶ ଯାତ୍ରାକୁ ଏକ କେସ ଷ୍ଟଡି ଭାବରେ ବର୍ଣ୍ଣନା କରିଥିଲେ। ଜୀବନ ତୁମ ଉପରେ ପକାଉଥିବା ଆହ୍ୱାନଗୁଡ଼ିକୁ ଗ୍ରହଣ କରିବା ଏବଂ ଏହାକୁ ଏକ ସୁଯୋଗରେ ପରିଣତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଶିଳ୍ପ ଧାରା, ଉଦୀୟମାନ ବ୍ୟବସାୟ ମଡେଲ ଏବଂ ବିଭିନ୍ନ କ୍ଷେତ୍ରରେ ଟେକ୍ନୋଲୋଜିର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିଳ୍ପର ଅଗ୍ରଣୀ ନେତୃତ୍ୱମାନେ ବ୍ୟବସାୟର ପରିବର୍ତିତ ଦୃଶ୍ୟ ସ୍ଥିତି ଏବଂ ସାମ୍ପ୍ରତିକ ପ୍ରତିଯୋଗିତାମୂଳକ ପରିବେଶରେ ଆବଶ୍ୟକ ହେଉଥିବା ଉତ୍କର୍ଷ କୌଶଳ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା।
ଆଇଏମଆଇ ଭୁବନେଶ୍ୱରର ପ୍ରଫେସର ତଥା ନିର୍ଦ୍ଦେଶକ ପ୍ରଫେସର ରମେଶ ବେହେଲ, ନୂତନ ବ୍ୟାଚ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କୁ ସ୍ୱାଗତ କରିବା ସହ ଜ୍ଞାନ ଏବଂ ଦକ୍ଷତା ବିକାଶ ଦୃଷ୍ଟିରୁ ଏହାର ଅଧିକ ସଦୁପଯୋଗ କରିବାକୁ ସେ କହିଥିଲେ। ସେ ଭାରତର ସମସ୍ତ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ବ୍ୟାଚରେ ଥିବା ବିବିଧତା ଏବଂ ଉଚ୍ଚ ଲିଙ୍ଗଗତ ପାର୍ଥକ୍ୟ ଉପରେ ମଧ୍ୟ ଆଲୋକପାତ କରିଥିଲେ।

- Advertisement -

ପ୍ରଫେସର ବିନ୍ଦୁ ଛାବ୍ରା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପ୍ରଫେସର ସୌଗାତ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories