ମାଲକାନଗିରି : ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଏବଂ ଅହେତୁକ ବିଦ୍ୟୁତ୍ ଦର ବୃଦ୍ଧିକୁ ବନ୍ଦ କରିବା ଦାବିରେ ମାଲକାନଗିରି ଜିଲ୍ଲା କଂଗ୍ରେସ ଦାବିପତ୍ର ଦେଇଛନ୍ତି । ଜିଲ୍ଲା କଂଗ୍ରେସ କାର୍ୟ୍ୟାଳୟରୁ ଶତାଧିକ କଂଗ୍ରେସ କର୍ମୀ ଏକ ରାଲିରେ ବାହାରି ସଦର ମହକୁମା ସ୍ଥିତ ଉପଖଣ୍ଡ ବିଦ୍ୟୁତ୍ ଅଧିକାରୀଙ୍କ କାର୍ୟ୍ୟାଳୟ ଘେରାଉ କରିଛନ୍ତି। ଟାଟା ପାୱାରର ମନମୁଖୀ କାର୍ୟ୍ୟ ଅଭିଯୋଗରେ କଂଗ୍ରେସ କର୍ମୀ ମାନେ କାର୍ୟ୍ୟାଳୟକୁ ପୁଲିସଙ୍କ ଉପସ୍ଥିତିରେ ଅଣ୍ଡା ମାଡ କରିଛନ୍ତି। କଂଗ୍ରେସ କର୍ମୀଙ୍କ ଦାବିପତ୍ର ଉପଖଣ୍ଡ ଯନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଏହା ସମାଧାନ ନହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କଂଗ୍ରେସ ନେତା ମାନେ ଚେତାବନୀ ଦେଇଛନ୍ତି।
Popular Categories



