ଓଡ଼ିଶା କ୍ୟାଡର ଭାରତୀୟ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ବର : ଓଡ଼ିଶା କ୍ୟାଡର ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ(ଆଇଏଏସ)ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି। ଏହି ଚିଠିରେ ଓଡ଼ିଶା କ୍ୟାଡ଼ରର ଜଣେ ଆଇଏଏସ ଅଧିକାରୀଙ୍କ ବିରୁଦ୍ଧରେ  କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏ ସଂକ୍ରାନ୍ତରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମନମୋହନ ସାମଲ ଅଭିଯୋଗ କରିଛନ୍ତି।  ସେମାନଙ୍କ ଅଭିଯୋଗ ଆଧାରରେ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି।  ଏ  ସଂକ୍ରାନ୍ତୀୟ ପ୍ରମାଣ ସ୍ବରୁପ କେନ୍ଦ୍ର ସରକାରଙ୍କୁ ଏକ ସିଡି ଓ ପେନ ଡ୍ରାଇଭରେ ତଥ୍ୟ ଦିଆଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ଅନୁସଚିବ ରାଜେଶ କୁମାର ନିର୍ଦେଶ ଦେଇଛନ୍ତି।

prayash

ଆଜି ଏ ସଂକ୍ରାନ୍ତରେ ଓଡ଼ିଶାର ମୁଖ୍ୟଶାସନ ସଚିବଙ୍କୁ ସେ ଚିଠି ଲେଖିଛନ୍ତି।

Comments are closed.