ଚୌଦ୍ୱାରରେ ୧୨ଟି ଉନ୍ନୟନ ପ୍ରକଳ୍ପ ଉଦଘାଟିତ

ଚୌଦ୍ୱାର :  ଚୌଦ୍ୱାର ପୌରପାଳିକାର ବିଭିନ୍ନ ୱାର୍ଡ଼ରେ ୮୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୧୨ଟି ଉନ୍ନୟନ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଏଥିରେ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପ ଗୁଡ଼ିକର ଉଦଘାଟନ କରିଥିଲେ । ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ୫ନମ୍ବର ୱାର୍ଡ଼ରେ ୨ଟି ପେଭର ରାସ୍ତା, ୭ନମ୍ବର ୱାର୍ଡ଼ରେ ଏକ ରାସ୍ତା, ୨ନମ୍ବର ୱାର୍ଡ଼ରେ ଏକ ରାସ୍ତା,୧୭ନମ୍ବର ୱାର୍ଡ଼ରେ ଏକ ରାସ୍ତା,୧୯ ନମ୍ବର ୱାର୍ଡ଼ ହାଉସିଂ ବୋର୍ଡ଼ରେ ଦୁଇଟି ରାସ୍ତା, ୧୦ ନମ୍ବର ୱାର୍ଡ଼ରେ ଏକ ରାସ୍ତା ଅନ୍ତର୍ଭୁକ୍ତ । ଏଥି ସହିତ ୧୯ ନମ୍ବର ୱାର୍ଡ଼ରେ ବିଧାୟକ ପାଣ୍ଠିରେ ନିର୍ମିତ କମ୍ୟୁନିଟି ୱୋଲଫେୟାର ସେଣ୍ଟରର ନୂତନ ଗୃହ, ମୁକ୍ତା ଯୋଜନାରେ ନିର୍ମିତ ୧୦ ନମ୍ବର ୱାର୍ଡ଼ସ୍ଥିତ ମହିଳା ସହାୟକ କେନ୍ଦ୍ରଗୃହ, ଓଟିଏମ୍ ପରିବା ବଜାରସ୍ଥିତ ଗୋପବନ୍ଧୁ ଓ ବିଜୁବାବୁଙ୍କ ପ୍ରତିମୂର୍ତ୍ତି, ଓଟିଏମ୍ ହାଇସ୍କୁଲଠାରୁ ନବ ନିର୍ମିତ ଇନଡୋର ଷ୍ଟାଡ଼ିୟମ ପର୍ଯ୍ୟନ୍ତ ନୂତନ ରାସ୍ତା ତଥା ୧୧ ନମ୍ବର ୱାର୍ଡ଼ରେ ରାଧାମୋହନ ବିରଜା ମଣ୍ଡପର ସୌନ୍ଦର୍ଯ୍ୟିକରଣ ବ୍ୟବସ୍ଥାକୁ ବିଧାୟକ ଉଦଘାଟନ କରିଥିଲେ। ପୌରାଧ୍ୟକ୍ଷା ମାନସୀ ସ୍ୱାର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର, ନଗର ବିଜେଡ଼ି ସଭାପତି ବିଷ୍ଣୁ ଚରଣ ପରିଡ଼ା, ସାଂସଦ ପ୍ରତିନିଧି ପ୍ରେମଚାନ୍ଦ ନାୟକ, ମ୍ୟୁନିସିପାଲଟି ଇଂଜିନିୟର ଶୁଭଶ୍ରୀ ବେହେରା, ସଞ୍ଜୟ କୁମାର ସାମଲ, କବିତାରାଣୀ ଲେଙ୍କାଙ୍କ ସମେତ ସମସ୍ତ କାଉନସିଲର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ପୌରସଭାଗୃହରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବିଶ୍ୱାଳ ସହରାଞ୍ଚଳର ୧୬୭ ଜଣ ହିତାଧିକାରୀଙ୍କୁ ବିଭିନ୍ନ ଭତ୍ତା କାର୍ଡ଼ ବଣ୍ଟନ କରିଥିଲେ।

Comments are closed.