ମାଦକ ଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଅନ୍ତର୍ଜାତୀୟ ଦିବସ ପାଳିତ 

ତିଗିରିଆ : ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ତିଗିରିଆ ନିଜିଗଡ଼ସ୍ଥିତ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟ ପରିସରରେ ସୋମବାର ମାଦକଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଅନ୍ତର୍ଜାତୀୟ ଦିବସ  ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାଧ୍ୟାପକ ବିଜୟ କୁମାର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ପାଠଚକ୍ର ଏବଂ ସଚେତନତା ଶୋଭାଯାତ୍ରାକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ସୁଧାଂଶୁବାଳା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଅଜୟ କୁମାର ସ୍ଵାଇଁ ମାଦକ ଦ୍ରବ୍ୟର କୁପ୍ରଭାବ, ପ୍ରତିକାର ଓ ଆଧୁନିକ ଯୁବପିଢିଙ୍କ ନିଶାଗ୍ରସ୍ତତା ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ନିଶାମୁକ୍ତ ଭାରତର ସ୍ଵପ୍ନ ପାଇଁ ପ୍ରାଧ୍ୟାପକ ଶ୍ରୀ ବେହେରା ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଅନନ୍ତ ଚରଣ ଆଚାର୍ଯ୍ୟ, ସୁଧୀର ଚନ୍ଦ୍ର ନାଥ, ଏନ୍ଏସ୍ଏସ ଯୋଜନା ଅଧିକାରୀ ଡଃ ପତିତପାବନ ପଣ୍ଡା ପ୍ରମୁଖଙ୍କ  ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।

Comments are closed.