www.samajalive.in
Tuesday, December 9, 2025
26.1 C
Bhubaneswar

ଦକ୍ଷିଣ ଦିଗରେ ଏସବୁ ରଖନ୍ତୁ ନାହିଁ: ନଚେତ୍‌‌ ଲାଗି ରହେ ସମସ୍ୟା..

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି। ଗୃହ ନିର୍ମାଣ ଠାରୁ ଆରମ୍ଭ କରି ଗୃହ ପ୍ରବେଶ ପର୍ଯ୍ୟନ୍ତ ଅନେକ ନିୟମ ରହିଛି। ଏହାଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ। ଅଣଦେଖା କରିବା ଦ୍ୱାରା ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଦକ୍ଷିଣ ଦିଗରେ କେଉଁ କେଉଁ ଜିନିଷ ରହିବା ଉଚିତ ନୁହେଁ। ଜାଣନ୍ତୁ..
ଘରର ଦକ୍ଷିଣ ଦିଗରେ ପୂଜା ଘର ହେବା ଉଚିତ ନୁହେଁ। ଦକ୍ଷିଣ ଦିଗରେ ପୂଜା ଘର ରହିବା ଦ୍ୱାରା ପୂଜାଫଳ ପ୍ରାପ୍ତି ହୋଇନଥାଏ। ଏହି ଦିଗରେ ପିତୃପୁୁରୁଷଙ୍କୁ ପୂଜା କରାଯାଏ। ଦକ୍ଷିଣ ଦିଗରେ ଦେବୀ-ଦେବତାଙ୍କ ମୂର୍ତ୍ତି ରଖିବା ଉଚିତ ନୁହେଁ। ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ।
ବାସ୍ତୁ ଅନୁଯାୟୀ, ଦକ୍ଷିଣ ଦିଗରେ ଶୟନ କକ୍ଷ ରଖନ୍ତୁ ନାହିଁ। ଏହାଦ୍ୱାରା ଉତ୍ତମ ନିଦରେ ପ୍ରଭାବ ପକାଇଥାଏ। ଭଲରେ ନିଦ ହୋଇନଥାଏ। ପିତୃଦୋଷ ସୃଷ୍ଟି ହୋଇଥାଏ।
ଘରର ଦକ୍ଷିଣ ଦିଗରେ ଜୋତା ଚପଲ ଆଦୌ ରଖନ୍ତୁ ନାହିଁ। ଏହାଦ୍ୱାରା ପୂର୍ବପୁରୁଷଙ୍କ ଅବମାନନା ହୋଇଥାଏ ବୋଲି କୁହାଯାଏ। ଏହାସହ ପିତୃ ଦୋଷ ମଧ୍ୟ ସୃଷ୍ଟି ହୋଇଥାଏ। ଏହାଦ୍ୱାରା ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଦକ୍ଷିଣ ଦିଗରେ ଜୋତା ଚପଲ ରଖନ୍ତୁ ନାହିଁ।
ଘରର ଦକ୍ଷିଣ ଦିଗରେ ଖରାପ ହୋଇ ଯାଇଥିବା କୌଣସି ମେସିନ୍‌‌ ରଖନ୍ତୁ ନାହିଁ। ପୁରୁଣା କିମ୍ବା ଅଦରକାରୀ ଜିନିଷ ରଖନ୍ତୁ ନାହିଁ। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥାଏ। ନିୟମିତ ଦକ୍ଷିଣ ଦିଗକୁ ମୁହଁ କରି ପୂର୍ବପୁରୁଷଙ୍କୁ ପ୍ରଣାମ କରନ୍ତୁ। ସ୍ନାନ ପରେ ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ଘରେ ସୁଖଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇଥାଏ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories