www.samajalive.in
Saturday, December 13, 2025
23.1 C
Bhubaneswar

ମୁଖ୍ୟମନ୍ତ୍ରୀ ମକା ମିଶନ ଅଧୀନରେ ତ୍ରିପାକ୍ଷିକ ଚୁକ୍ତିନାମା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମକା ମିଶନ ଅଧୀନରେ ମିଶନ୍ ଶକ୍ତି ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ କମ୍ପାନୀ ଜରିଆରେ ମକା କ୍ଲଷ୍ଟରର ପ୍ରୋତ୍ସାହନ ନିମନ୍ତେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶାଳୟ, ମିଶନ୍ ଶକ୍ତି ବିଭାଗ ଏବଂ ଆସେସ ଡେଭଲପମେଣ୍ଟ ସର୍ଭିସେସ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହି କାର୍ଯ୍ୟକ୍ରମ ଦ୍ବାରା ନବରଙ୍ଗପୁର, କୋରାପୁଟ, ଗଜପତି ଏବଂ ନୂଆପଡ଼ା ଜିଲାର ୫ଟି ବ୍ଲକର ୫ ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଉପକୃତ ହେବେ। ଏଥିରେ ୧୦୦ଟି ଉତ୍ପାଦକ ଗୋଷ୍ଠୀ ଓ ୫ଟି ମହିଳା ଉତ୍ପାଦକ କମ୍ପାନୀ ଗଠନ କରାଯିବ। ଏହି କାର୍ଯ୍ୟକ୍ରମ ପାଇଁ କୃଷି ବିଭାଗ ନୋଡାଲ ବିଭାଗ ରୂପେ ଅନ୍ୟ ବିଭାଗ ଗୁଡ଼ିକ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବ। ଆସେସ୍‌
ଡେଭଲପମେଣ୍ଟ ସର୍ଭିସେସ ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ କମ୍ପାନୀ ଗଠନରେ ସହଯୋଗ କରିବ। ମହିଳା ଏସ୍‌ଏଚ୍‌ଜି ସଦସ୍ୟଙ୍କୁ ସଂଗଠିତ ବଜାର ସହିତ ସିଧାସଳଖ ଯୋଗାଯୋଗ କରାଇବା ଏହାର ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଫସଲ ବିବିଧିକରଣ ଓ ଜଳବାୟୁ ଅନୁକୂଳ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦିଆଯିବ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories