www.samajalive.in
Sunday, December 14, 2025
19.1 C
Bhubaneswar

ବାଣିଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଚାନ୍ଦବାଲି ଏବଂ ଧାମରା ଗସ୍ତ, ୪ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ

ଧାମରା: ବାଣିଜ୍ୟ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଆଜି ଆସି ଚାନ୍ଦବାଲି ଠାରେ ପହଂଚିବା ପରେ ବିଜୁ ଜନତା ଦଳ ତରଫରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ନ୍ଧନା ଞାପନ କରାଯାଇଥିଲା। ସେ ପ୍ରଥମେ ଆସି ଚାନ୍ଦବାଲି ଠାରେ ଥିବା ଅରଣ୍ୟ ନିବାସରେ ପହଂଚିବା ପରେ ଓଡ଼ିଶାର ଏକ ମାତ୍ର ନାବିକ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଯାଇ ସେଠାରେ ପ୍ରଶିକ୍ଷାର୍ଥି ମାନଙ୍କ ସହ ସମସ୍ତ ବିଷୟରେ ଆଲୋଚନା କରିଥିଲେ। ଏହି ନାବିକ ପ୍ରଶିକ୍ଷଣ ଅନୁଷ୍ଠାନରେ ଥିବା ସମସ୍ତ ଶ୍ରେଣୀଗୃହ ,ପ୍ରଶିକ୍ଷଣ ପାଇଁ ବ୍ୟବହୃତ ହେଉଥିବା ସମସ୍ତ ସରଞାମ ଆଦି ବୁଲି ଦେଖିବା ସହ ପ୍ରଶିକ୍ଷାର୍ଥି ମାନଙ୍କ ସହ ଭାବ ବିନିମୟ କରିଥିଲେ। ପରେ ସେ କସ୍ତୁରୀକଣ ଠାରେ ୨କୋଟି ଟଙ୍କା ବିନିମୟରେ ହୋଇଥିବା ଜେଟୀ ଏବଂ ବିଶ୍ରାମଗୃହ କୁ ଫିତା କାଟି ଲୋକାର୍ପଣ କରିଥିଲେ। ଆଗାମୀ ଦିନରେ କିଭଳି ପୋତି ପଡ଼ିଥିବା ଏହି ନଦୀକୁ ଖନନ କରାଯାଇ ଗଭୀର କରାଯାଇ ପାରିଲେ ସମସ୍ତ ଯାତ୍ରୀବାହୀ ମୋଟର ଲଂଚ ଏବଂ ମାଛ ଧରା ବୋଟ ଗୁଡିକ ଭଲ ଭାବେ ଯାତାୟତ କରିପାରିବ ସେ ବିଷୟରେ ମତ ରଖିଥିଲେ। ପରେ ଚରଦିଆ ପଂଚାୟତର ନିମତଳା ଠାରେ ୨.୨୫କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଜେଟୀ ଏବଂ ବିଶ୍ରାମ ଗୃହକୁ ମଧ୍ୟ ଫିତାକାଟି ଲୋକାର୍ପଣ କରିଥିଲେ। ନିମତଳା ଠାରେ ସେ ନିଜର ଭାବ ବିନିମୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସାମ୍ବାଦିକ ବନ୍ଧୁ ମାନଙ୍କୁ ଏହି ସମସ୍ତ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଲାଗି ଏହି ସମସ୍ତ କାର୍ଯ୍ୟ ସଂପୂର୍ଣ ହୋଇଥିବା ବେଳେ ଆଗାମୀ ଦିନରେ ଏହି ଅଂଚଳ ପାଇଁ ବହୁ ଜନହିତକର କାର୍ଯ୍ୟକ୍ରମ ମାନ ହାତକୁ ନିଆଯିବାର ଯୋଜନା ଅଛି ବୋଲି ବକ୍ତବ୍ୟ ରଖିଥିଲେ।

କେଉଁ ପରିସ୍ଥିତିରେ ଚାନ୍ଦବାଲି ଠାରେ ଦୀର୍ଘ ୩ବର୍ଷ ହେବ ୨୦କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣଧୀନ ହୋଇଥିବା ଏମ ଭି ଭୂପେନ ହଜାରିକା ବାର୍ଜଟି ଲୁଣା ପାଣିରେ ପଡ଼ି ନଷ୍ଟ ହେଉଛି ଏବଂ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି ବୋଲି ପଚାରିବାରୁ ସେ ଏ ବିଷୟରେ ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟଙ୍କ ସହ କଥା ହୋଇ କଣ ସିଦ୍ଧାନ୍ତ ନେବେ ବୋଲି କହିଥିବା ବେଳେ ଏହି ବାର୍ଜ ବିକ୍ଷୟରେ ଆଗତ ଅନ୍ୟ ପ୍ରଶ୍ନକୁ ଏଡାଇ ଯାଇଥିଲେ। ପରେ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଧାମରା ବନ୍ଦର ଅଭିମୁଖେ ଯାତ୍ରା କରିଥିଲେ। ଧାମରାରେ ପହଂଚିବା ପରେ ଧାମରା ବନ୍ଦରର ସମସ୍ତ ପଦାଧିକାରୀ ମାନେ ଉପସ୍ଥିତ ରହି ବାଣିଜ୍ୟ ପରିବହନ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ନ୍ଧନା ଜଣାଇଥିଲେ। ବାଣିଜ୍ୟ ବିଭାଗର ସଚିବ ଉଷା ପାଢ଼ୀ ପରିବହନ ମନ୍ତ୍ରୀଙ୍କ ସହ ଧାମରା ବନ୍ଦର ପରିଦର୍ଶନରେ ଆସିଥିବା ବେଳେ ଚାନ୍ଦବାଲି ବିଧାୟକ ଡ ବ୍ୟୋମକେଶ ରାୟ, ଭଦ୍ରକ ସାଂସଦ ମଞୁଲତା ମଣ୍ଡଳ, ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ସବ କଲେକ୍ଟର ମନୋଜ ପାତ୍ର, ଚାନ୍ଦବାଲି ତହସିଲଦାର ସୁଶାନ୍ତ ପାତ୍ର, ଦାଶରଥି ଦାସ, ଦ୍ୱିଜବର ରାଉତ, ଅକ୍ଷୟ ନାୟକ, ଦିବାକର ମାଇତି, ପ୍ରଶାନ୍ତ ମାଝୀ, ଅନନ୍ତ ଦାସ, ବାଣିଜ୍ୟ ବିଭାଗର ଏସଡିଓ ବିକେ ସାହୁ, ହରେକୃଷ୍ନ ସାହୁ ପ୍ରମୁଖ କସ୍ତୁରୀକଣ ଏବଂ ନିମତଳା ଠାରେ ହୋଇଥିବା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories