www.samajalive.in
Wednesday, December 10, 2025
15.1 C
Bhubaneswar

ଓଡ଼ିଶାରେ ୧୪ ହଜାର କୋଟି ଟଙ୍କାର ନିବେଶ କରିବ ବିର୍ଲା ଗ୍ରୁପ୍‍

ଭୁବନେଶ୍ୱର: ଓଡ଼ିଶାରେ ୧୪,୪୦୦ କୋଟି ଟଙ୍କାର ନିବେଶ କରିବ ଆଦିତ୍ୟ ବିର୍ଲା ଗ୍ରୁପ୍‍। ଗଞ୍ଜାମ, ରାୟଗଡ଼ା ଆଦି ରାଜ୍ୟର ବିଭିନ୍ନ ସ୍ଥାନର ବିଭିନ୍ନ ପ୍ରକଳ୍ପରେ ଏହି ପୁଞ୍ଜି ବିନିଯୋଗ ହେବ। ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍ ୨୦୧୮ରେ ଯୋଗ ଦେବା ଅବସରରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଅଧ୍ୟକ୍ଷ କୁମାର ମଙ୍ଗଳମ୍‍ ବିର୍ଲା ଏହି ସୂଚନା ଦେଇଛନ୍ତି।
କନ୍‍କ୍ଲେଭ୍‍ର ଦ୍ୱିତୀୟ ଦିବସରେ ଆୟୋଜିତ ଅଧିବେଶନକୁ ସମ୍ବୋଧିତ କରି ଶ୍ରୀ ବିର୍ଲା କହିଲେ ଯେ ଓଡ଼ିଶା ସହିତ ତାଙ୍କର କେବଳ ବ୍ୟବସାୟିକ ନୁହେଁ ବରଂ ଭାବଗତ ସମ୍ପର୍କ ରହିଛି। ଏହି ଅବସରରେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ଶ୍ରୀ ବିର୍ଲା ପ୍ରଶଂସା କରିଥିଲେ। ଉତ୍କଳର ଐତିହାସିକ ବାଲିଯାତ୍ରା, ପିପିଲିର ଚାନ୍ଦୁଆ, କଟକର ତାରକସୀ କାମ, କୋଣାର୍କ ମନ୍ଦିର ଓ ପୁରୀ ଶ୍ରୀମନ୍ଦିର ପରମ୍ପରା ସମ୍ପର୍କରେ ଶ୍ରୀ ବିର୍ଲା ଉଲ୍ଲେଖ କରିଥିଲେ।
ଓଡ଼ିଶାର ବ୍ୟବସାୟିକ, ଶିଳ୍ପାୟନ ଓ ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ଶ୍ରୀ ବିର୍ଲା କହିଲେ ଯେ ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ବହୁ ଉନ୍ନତି ସାଧିତ ହୋଇଛି। ଓଡ଼ିଶା ନିବେଶ ପାଇଁ ସର୍ବୋତ୍କୃଷ୍ଟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ଓ ଦୂରଦୃଷ୍ଟି ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଏଥିସହିତ ଖାଦ୍ୟ ସୁରକ୍ଷା ଯୋଜନା, ସ୍ୱାସ୍ଥ୍ୟ ଯୋଜନା ଓ ଦୈବୀ ଦୁର୍ବିପାକର ସଫଳ ପରିଚାଳନା ପାଇଁ ରାଜ୍ୟ ସରକାରୀ କଳକୁ ସେ ପ୍ରଶଂସା କରିଥିଲେ। ବିର୍ଲା ଗ୍ରୁପ୍‍ ରାଜ୍ୟର ଶିଳ୍ପାୟନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ବିକାଶ କ୍ଷେତ୍ରରେ ମନୋନିବେଶ କରିଥିବା ସେ ସୂଚନା ଦେଇଥିଲେ। ଏହି ଅବସରରେ ଭୁବନେଶ୍ୱରର ମଞ୍ଚେଶ୍ୱରରେ ପ୍ରତିଷ୍ଠା ହେବାକୁ ଥିବା ବିର୍ଲା ଗ୍ରୁପ୍‍ର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍‍ଘାଟନ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories