ବୁଧବାର ରାଶିଫଳ ( ୨୧.୦୬.୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated Jun 21, 2023 Share ମେଷ : ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହୋଇପାରନ୍ତି। ଚାରୁଚନ୍ଦନା ପତ୍ନୀଙ୍କ ମନସ୍କାମନା ପୂରଣ କରିପାରନ୍ତି। ସୁଶୀଳ ହେବେ। ସୁଦୃଶ୍ୟ ସ୍ବାସ୍ଥ୍ୟସମ୍ପନ୍ନ ହେବେ। ଥଣ୍ଡା-କଫରେ ପୀଡ଼ିତ ହେବେ। ବୃଷ : ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିପାରନ୍ତି।ପତ୍ନୀ ବିନୟୀ ଭାବସମ୍ପନ୍ନା ହୋଇପାରନ୍ତି। ବାକ୍ୟପଟୁ ହେବେ।ଜନସାଧାରଣଙ୍କର ଶ୍ରଦ୍ଧାର ପାତ୍ର ହେବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରି ଖ୍ୟାତି ଅର୍ଜନ କରିବେ। ମିଥୁନ : ଧନ, ଜନ, ଗୋପ, ଲକ୍ଷ୍ମୀ ସବୁ କିଛି ପ୍ରାପ୍ତିର ସୂଚନା ମିଳୁଛି। ମନ ପ୍ରଫୁଲ୍ଲ ରହିବ। ବାଣିଜ୍ୟ କାରବାରରେ ସିଦ୍ଧହସ୍ତ ହେବେ। ଚେତନାର ଉଜ୍ଜ୍ବଳ ପ୍ରଦୀପ ହୋଇପାରନ୍ତି। ଶାସ୍ତ୍ରବିରୋଧୀ କାର୍ଯ୍ୟରେ ସମ୍ମାନ ହାନି ହେବ। କର୍କଟ : ପ୍ରଜ୍ଞାଶୀଳ ହୋଇପାରନ୍ତି। ବିନୀତ ସ୍ବଭାବ ସମ୍ପନ୍ନ ହେବେ। ଶାରୀରିକ କାନ୍ତି ସମୁଜ୍ଜ୍ବଳ ହୋଇପାରେ। ଉପୁଜିଥିବା ଦୁଃଖକୁ ଦୂର କରିବାରେ ପାରଙ୍ଗମ ହେବେ। ସ୍ବାସ୍ଥ୍ୟ ଚାହୁଁଥିଲେ ଆହାର ସୁଧାର ହେବ। ସିଂହ : କର୍ମଚଞ୍ଚଳ ରହିବେ। ଦୈବୀଶକ୍ତି ସମ୍ପନ୍ନ ହୋଇପାରନ୍ତି। ଜନସାଧାରଣଙ୍କ ଆଶା ପୂର୍ଣ୍ଣ କରିବା ପାଇଁ ମିଳିଥିବା ଶ୍ରେଷ୍ଠତାକୁ ଗ୍ରହଣ କରିପାରନ୍ତି। ପରୋପକାରରେ ଧନ ବ୍ୟୟ କରିବେ। ଭାଷା ମଧୁର ହେବ। କନ୍ୟା : ସତ୍ୟର ପରିପ୍ରକାଶ କରାଇବାରେ ନାସ୍ତିକମାନଙ୍କ ସହିତ ବିବାଦଶୀଳ ହୋଇପାରନ୍ତି। ସଭାସଦ୍ମାନଙ୍କ ମନରେ ସତ୍ୟର ଦିବ୍ୟ ପ୍ରେରଣାଦାୟୀ ହେବେ। ଜ୍ଞାନର ସୁଖାଧିବାସ କରିପାରନ୍ତି। Related Posts ଶେଷ ଦିନରେ ନିର୍ବାଚନୀ ପ୍ରଚାର, ଫୁଲବାଣୀ… May 18, 2024 ଗୋରୁବୋଝେଇ ପିକ ଅପ ଗାଡ଼ିକୁ ଧରିଲେ ଗୋ… May 18, 2024 ତୁଳା : ତୀର୍ଥ କଥାମୃତକୁ ଜନସାଧାରଣଙ୍କୁ କର୍ଣ୍ଣଗୋଚର କରିପାରନ୍ତି। ସୌଭାଗ୍ୟ ଉଦୟର ସମୟ ଉପସ୍ଥିତ। ଅଜାତଶତ୍ରୁ ହେବାର ସୂଚନା ମିଳୁଛି। କୃଚ୍ଛ୍ର ସାଧନାରେ ଦିବ୍ୟଶକ୍ତି ସମ୍ପନ୍ନ ହେବେ। ବିଛା : ନରେନ୍ଦ୍ରତୁଲ୍ୟ ପୂଜ୍ୟ-ପୂଜାର ଅଧିକାରୀ ହୋଇପାରନ୍ତି। ପୁତ୍ର ସୁଖରେ ସୁଖୀ ହେବେ। ମାନବବାଦର ଚେତନାକୁ ଉପସ୍ଥାପନ କରିପାରନ୍ତି। ଶୁଦ୍ଧ, ଶୌଚାଦି ଚରିତ୍ରସମ୍ପନ୍ନ ହେବେ। ଅଭିମାନୀ ଓ ପ୍ରୟାସୀ ହୋଇପାରନ୍ତି। ଧନୁ : ନିଜ ପ୍ରତି କଠୋର ଅନ୍ୟ ପ୍ରତି କୋମଳ ମନୋଭାବ ରହିବ। ସାଧନାରୁ ଶାଶ୍ବତ ସୁଖର ସନ୍ଧାନ ମିଳିବ। କାର୍ଯ୍ୟର ପ୍ରଥମ ସୋପାନ କଷ୍ଟଦାୟକ ହେଲେ ବି ଦ୍ବିତୀୟାର୍ଦ୍ଧରୁ ସୁଖର ଅଧିକାରୀ ହେବେ। ମକର : ସାମୟିକ ଭାବେ ଉଗ୍ର ସ୍ବଭାବସମ୍ପନ୍ନ ହୋଇପାରନ୍ତି। ପର ମୁହୂର୍ତ୍ତରେ ଭାଷାକୁ ନମନୀୟ ଓ କମନୀୟ କରିପାରନ୍ତି। ସାଧୁମାନଙ୍କ ପ୍ରତି ପରାଙ୍ମୁଖ ହୋଇପାରନ୍ତି। ବେଳେବେଳେ ନିଷ୍ଠୁରତା ହୃଦୟକୁ ସ୍ପର୍ଶ କରିପାରେ। କୁମ୍ଭ : ବନ୍ଧୁମାନଙ୍କୁ ତୁଷ୍ଟ କରିବାର ସପକ୍ଷରେ ମତପ୍ରକାଶ ନ କରିପାରନ୍ତି। ଭାଷାରେ ନୂତନ ଦିଗନ୍ତ ସୃଷ୍ଟି କରିପାରନ୍ତି। ଶାଣିତ ରଚନାବଳୀ କେତେକଙ୍କର କଷ୍ଟଦାୟକ ହେବ। ସମ୍ବେଦନା ସହିତ ଯୋଡ଼ିହୋଇ ସେବାର ମହତ୍ବ ଉପଲବ୍ଧି କରିବେ। ମୀନ : ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଭାବରସ, ଭକ୍ତିରସ ଓ ପ୍ରେମରେ ସଂଯୁକ୍ତ ହେବେ। ଆଜି ଦିନଟି ଭଲରେ କଟିବ। ତେଜହୀନ ନ ହେବା ପାଇଁ ଉଦ୍ୟମ ଜାରି ରଖିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। Share FacebookTwitterWhatsApp
Comments are closed.