ନବରଙ୍ଗପୁରରେ ବର୍ଷାଭିଜା ରଥଯାତ୍ରା; ଭିଜିଲେ ଭଗବାନ ଓ ଭକ୍ତ

ନବରଙ୍ଗପୁର: ନବରଙ୍ଗପୁରରେ ପବିତ୍ର ରଥଯାତ୍ରା ବହୁ ଆଡ଼ମ୍ବର ସହ ପାଳନ କରାଯାଇଛି। ତେବେ ରଥଟଣା ବେଳେ ଅଚାନକ ପ୍ରବଳ ବର୍ଷା ହେବାରୁ ଭକ୍ତମାନେ ବର୍ଷାରେ ଭିଜି ଭିଜି ରଥ ଟାଣିଥିଲେ। ଭଗବାନ ଓ ଭକ୍ତ ବର୍ଷାରେ ଭିଜିଥିଲେ। ପୂର୍ବ ନିର୍ଘଣ୍ଟ ପ୍ରକାରେ ସକାଳ ୬ଟାରେ ପ୍ରାତଃ ମଙ୍ଗଳ ଆଳତି ପରେ ମଇଲମ, ତଡପଲାଗି, ରୋଷ ହୋମ, ଅବକାଶ ଅନୁଷ୍ଠିତ ହୋଇଥିଲା। ଏହାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ କରାଯାଇଥିଲା। ପୂର୍ବାହ୍ନ ୮ ଟାରୁ ୯ ଟା ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ, ଖେଚୁଡ଼ି ଭୋଗ କରାଯିବା ପରେ ରଥ ପ୍ରତିଷ୍ଠା ଅନୁଷ୍ଠିତ ହୋଇଥିଲା। ଏହାପରେ ମଙ୍ଗଳାର୍ପଣ ୯.୩୦ରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀମଦନମୋହନଙ୍କର ପହଣ୍ଡି ବିଜେ କରି ରଥାରୁଢ଼ କରାଯାଇଥିଲା। ପରେ ଚିତାଲାଗି ଓ ବେଶଶେଷ ପରେ ରାଜପୁରୋହିତ ନରସିଂହନାଥ ତ୍ରିପାଠୀ ରଥରେ ଛେରା ପହଁରା କରିଥିଲେ। ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବା ପରେ ଅପରାହ୍ନ ୩.୨୫ରେ ରଥଟଣା ଆରମ୍ଭ ହୋଇଥିଲା। ତେବେ ଅପରାହ୍ନ୪ ଟାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ତଥାପି ଭକ୍ତମାନେ ବର୍ଷା କୁ ଖାତିର ନକରି ବହୁ ଆନନ୍ଦ ଓ ଉଲ୍ଲାସର ସହିତ ରଥ ଟାଣିଥିଲେ। ସନ୍ଧ୍ୟା ପ୍ରାୟ ୫.୩୦ ରେ ରଥ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା। ଜିଲାପାଳ ଡ଼ଃ. କମଳ ଲୋଚନ ମିଶ୍ର, ଏସପି ଏସ. ସୁଶ୍ରୀ , ଅତିରିକ୍ତ ଜିଲାପାଳ ଭ।ସ୍କର ରଇତ, ଉପଜିଲାପାଳ ପ୍ରଶାନ୍ତ ରାଉତ ଙ୍କର ସମେତ ବହୁ ଜିଲା ସ୍ତରୀୟ ଅଧିକ।ରୀ ଯୋଗଦେଇଥିଲେ। ନବରଙ୍ଗପୁର ବିଧାୟକ ସଦାଶିଵ ପ୍ରଧାନୀ , ଏସ ଡି ସି ଉପଦେଷ୍ଟା ପ୍ରଦୀପ ମାଝୀ, କଂଗ୍ରେସ ଜିଲା ସଭାପତି ମୁନା ତ୍ରିପାଠୀ, ବିଜେପି ନେତା ଗୌରୀ ଶଙ୍କର ମାଝୀ, ନଗର ପାଳ କୁନୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ଦିର ପରିଚାଳନା କମିଟିର ସଭାପତି ନରସିଂହ ତ୍ରିପାଠୀ, ସମ୍ପାଦକ ସତ୍ୟବାଦୀ ଷଡ଼ଙ୍ଗୀଙ୍କର ସମେତ କର୍ମକର୍ତ୍ତାମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ଶଶାଙ୍କ ଶେଖର ତ୍ରିପାଠୀ, ଜେମାମଣି ବିଷୋୟୀ,ସଂଯୁକ୍ତା ତ୍ରିପାଠୀ, ସୁବାସ ଚନ୍ଦ୍ର ମିଶ୍ର ପ୍ରମୁଖ ଏହି ରଥଯାତ୍ରାର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଦାନ କରିଥିଲେ। ଶ୍ରୀଜଗନ୍ନାଥ ନୀତି ପରିଚାଳନା ନିଯୋଗର ସଦସ୍ୟ ତଥା ଆଇନଜୀବୀ ଦାମୋଦର ତ୍ରିପାଠୀ, ପଣ୍ଡିତ ପ୍ରମୋଦ ତ୍ରିପାଠୀ, ସୁଧାକର ପାଢ଼ୀ, ବାବୁଲା ତ୍ରିପାଠୀ, ସୁମିତ ହଡ଼ପ, ଗେହ୍ଲେଇ ତ୍ରିପାଠୀ, ଶ୍ରୀଜଗନ୍ନାଥ ମନ୍ଦିର ପୂଜକ ଶେଷ ବ୍ରହ୍ମା, ଜଗନ୍ନାଥ ବ୍ରହ୍ମା, ଲକ୍ଷ୍ମୀ ମନ୍ଦିର ପୂଜକ ରବୀନ୍ଦ୍ର ଶତପଥୀ, ବିଧୁ ଶେଖର ତ୍ରିପାଠୀ, ବିଭୂତି ପାତ୍ର, ଜଗନ୍ନାଥ ଦାସ, ମାଧବ ଗୌଡ଼ ପ୍ରମୁଖଙ୍କ ସମେତ ନବରଙ୍ଗପୁର ଶ୍ରୀଜଗନ୍ନାଥ ମନ୍ଦିର ଶ୍ରୀଜଗନ୍ନାଥ ନୀତି ପରିଚାଳନା ନିଯୋଗର ଉପଦେଷ୍ଟା ରାଜେନ୍ଦ୍ର କୁମାର ତ୍ରିପାଠୀ, ସଭାପତି ନରେଶ କୁମାର ତ୍ରିପାଠୀ, ଉପ ସଭାପତି ଭବାନୀ ଶତପଥୀ, ଶ୍ରୀଜଗନ୍ନାଥ ମନ୍ଦିର ନୀତି ପରିଚାଳନା ନିଯୋଗ ସମ୍ପାଦକ କୁନା ପାତ୍ର, ଦୁର୍ଗା ତ୍ରିପାଠୀ, କିଶୋର ପଟ୍ଟନାୟକ, ଚିନା ନାଇଡୁ, ପ୍ରମିସ ତ୍ରିପାଠୀଙ୍କ ସମେତ ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ରହି ରଥଯାତ୍ରାର ସମସ୍ତ ନୀତିରେ ସହଯୋଗ କରିଥିଲେ।

Comments are closed.