ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ
ହରଭଙ୍ଗା : ହରଭଙ୍ଗା ସ୍ଥିତ ବନ୍ୟା ଆଶ୍ରୟସ୍ଥଳୀଠାରେ ସୋମବାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଅଛି।ହରଭଙ୍ଗା ସରପଂଚ ସକୁନ୍ତଳା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ହରଭଙ୍ଗା ବିଡିଓ ସ୍ୱପ୍ନିତା ନାୟକ, ହରଭଙ୍ଗା ତହସିଲଦାର ସୁଶ୍ରୀ ଶିବାନୀ ଦାଶ, ଏବିଡିଓ ସୁବାଷ ଚନ୍ଦ୍ର ଜାନି, ଫାୟାର ଅଫିସର ହୃଷିକେଶ ପଟ୍ଟନାୟକ, ହରଭଙ୍ଗା ବିପର୍ଯ୍ୟୟ ପରିଚାଳନା ସଭାପତି ଲବକିଶୋର ପଲ୍ଲିଆ, ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋରଞନ ପାତ୍ର ଯୋଗ ଦେଇଥିଲେ। ବିପର୍ଯ୍ୟୟ ପରିଚାଳନା ଉପରେ ଆଲଲୋଚନା ହୋଇଥିଲା। ବନ୍ୟା ଆଶ୍ରୟସ୍ଥଳୀରେ ଶୌଚାଳୟ ନଥିବାରୁ ବନ୍ୟା ବିପନ୍ନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଏକ ଗୋଷ୍ଠି ଶୌଚାଳୟ, ରୋଷେଇ ଘର, ଖୋଲା ଟ୍ୟାଙ୍କ ନିର୍ମାଣ ପାଇଁ ପ୍ରସ୍ଥାବ ଗୃହୀତ ହୋଇଥିଲା। ଶେଷରେ ଅଗ୍ନିଶମ କର୍ମଚାରୀ ବନ୍ୟା ଦାଉରୁ ରକ୍ଷା ପାଇଁ ବିଭିନ୍ନ କୌଶଳ ତାଲିମ ପ୍ରଦାନ କରିଥିଲେ।
Comments are closed.